ସମ୍ବଲପୁର ରେଢ଼ାଖୋଲ (ଭଂଜଦୂତ )ଅଦ୍ୟ ତା 10/10/2026 ରିଖ ଭୋର ସକାଳ 4 ଘଟିକା ସମୟରେ ବନାଞ୍ଚଳ ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁଙ୍କ ଆଦେଶ କ୍ରମେ ବନ ପାଳ ଖଳାଶୁଣୀ, ବନରକ୍ଷୀ, ଭାଲୁଳୁଖୋଲ, ବନରକ୍ଷୀ କଞ୍ଚନପୁର ଓ ସ୍କ୍ୱାଡ଼ ମିଶି କିସିଣ୍ଡା PRF ମଧ୍ୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଖନ୍ଦିବାହାଳ ଗ୍ରାମ ନିକଟରେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଙ୍କ ଜମିରେ ତାଙ୍କ LI point ରୁ ବେଆଇନ ବିଦ୍ୟୁତ ତାର ଲଗାଇ ଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ବିଛା ଯାଇଥିବା ତାର ଦେଖିବାକୁ ପାଇଲେ। ସେମାନେ ସେଠାରେ ଜଗି ବସିଲେ। ସକାଳ ହେବାରୁ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଘଟଣା ସ୍ଥଳକୁ ଆସିବାରୁ ଜଗିରହିଥିବା ବନ କର୍ମଚାରୀ ତାଙ୍କୁ କାବୁ କରିନେଲେ। ଘଟଣା ସ୍ଥଳକୁ ରେଞ୍ଜ ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଧରି ପହଁଚିଲେ। ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ତାରକୁ ଉଦ୍ଧାର କଲେ। ସେଥିରେ ବ୍ୟବହୃତ ଏକ କିଗ୍ରା 375 ଗ୍ରାମ ବିଦ୍ୟୁତ ତାର ଏବଂ ଶୁଖା କାଠି 19 ଗୋଟିକୁ ବନ କର୍ମଚାରୀ ଜବତ କଲେ। ବିଦ୍ୟୁତ ତାର ଲଗାଇ ଜନ୍ତୁ ଶିକାର କରିବା ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ଏକ ଧର୍ତଵ୍ୟ ଅପରାଧ ହୋଇଥିବାରୁ ଆସାମୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଓଡିଶା ବନ୍ୟପ୍ରାଣୀ ଆଇନ 1972 ଅନୁଯାୟୀ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ ରେଢ଼ାଖୋଲ ସ୍ଥିତ କୋର୍ଟରେ ହାଜର କରାଗଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଗଲା। ଏହି ଧରପଗଡରେ ଶ୍ରୀ ପଦ୍ମଲୋଚନ ବଡଗୁଛିଆ, ବନପାଳ ଖଳାଶୁଣୀ, ଶ୍ରୀ ଭାଗିରଥି ମହାନନ୍ଦ, ବନରକ୍ଷୀ ଭାଲୁଖୋଳ, ଶ୍ରୀ ଅଶୋକ କିସାନ, ବନରକ୍ଷୀ କଞ୍ଚନପୁର ଏବଂ ସ୍କ୍ୱାଡ଼ ଥିଲେ।
