ନୂଆପଡା (ମିଖାଏଲ ନନ୍ଦ): ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଓଡିଶା ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଖଡିଆଳ ଅଗ୍ରସେନ ଭବନ ଠାରେ ହରେ କୃଷ୍ଣ ପଣ୍ଡା ଦାବୀ ଉପସ୍ଥାପନ କରିଥିଲେ। ଏହି ସେତୁ ନିର୍ମାଣ ହେଲେ ନୂଆପଡ଼ା ଏବଂ କଳାହାଣ୍ଡି କୁ ଅଳ୍ପ ଦୂରତା ସଂଯୋଗ ସ୍ଥାପନ କରିବ। ଲିଆଡ ରୁ ମାଞ୍ଜେର କଳାହାଣ୍ଡି କୁ ଉଦନ୍ତୀ ନଦୀରେ ଏକ ସେତୁ ନିର୍ମାଣ ପାଇଁ ଦାବୀ କରିଥିଲେ। ଏହି ଦାବୀ ଉପରେ ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ବକ୍ତବ୍ୟରେ ନିଶ୍ଚିତ ରୂପେ ସେତୁ ନିର୍ମାଣ ହେବା ନେଇ ଘୋଷଣା କରିଥିଲେ। ଏହି ସେତୁ ନିର୍ମାଣ ହେଲେ ଖଡିଆଳ ରୁ ଧର୍ମଗଡ କୁ ୨୫ କିଲୋମିଟର ଦୂରତା ହ୍ରାସହେବ। ଗମନା ଗମନ ସୁବ୍ୟବସ୍ଥା ହେଲେ ସାମାଜିକ, ଅର୍ଥନୈତିକ ସମ୍ପର୍କ ବୃଦ୍ଧି ହେବ।
ଅଗ୍ରେସନ ଭବନ ଠାରେ ଓଡ଼ିଶା ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ। ଖଡିଆଳ ଠାରେ କର୍ମୀ ସମ୍ମିଳନୀ ଓ ଅଭିଯୋଗ ଶୁଣାଣୀ ଶିବିର ରେ ଯୋଗଦାନ କର୍ମୀଙ୍କ ପାଇଁ ସମୟ ନ ଦେବା ପାଇଁ ଦୁଃଖିତ ହେବା ସହ ଆଗାମୀ ଦିନରେ ନିଶ୍ଚିତ ରୂପେ କର୍ମୀ ସହ ଆଲୋଚନା ରେ ଭାଗ ନେବାକୁ ଆହ୍ଵାନ କରିଥିଲେ। ସେହିପରି ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ କର୍ମକର୍ତ୍ତା ମାନେ ନିଜ ଦାବୀପତ୍ର ଉପସ୍ଥାପନ କରିଥିଲେ। ସମସ୍ତ ଦାବୀ ଗ୍ରହଣ କରି ଆସନ୍ତା ଦିନ ରେ ନିଜ ବିଭାଗୀୟ ବିଷୟ ବସ୍ତୁ କୁ ବଜେଟ ରେ ସ୍ଥାନିତ କରି ବିକଶିତ ନୂଆପଡ଼ା ଗଠନ ରେ ସହାୟକ ହେବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭାରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଜିଲ୍ଲା ପରିଷଦ ସଭ୍ୟ ଆଶା ଜୈନ୍, ପୂର୍ବତନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ସୁବ୍ରତ ଠାକୁର, ଆତିନ୍ଦ୍ର ସିଂ ମଲ୍ଲିକ, ଅଭିନନ୍ଦନ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ମନ୍ତ୍ରୀଙ୍କ ବିଭାଗ ରେ ଖାଲି ପଡ଼ିଥିବା ପଦବୀ ପୁରଣ ପାଇଁ ଦାବୀ ଦେଇଛନ୍ତି।
