ପ୍ରକାଶ ପାଇଲା ବିଜ୍ଞପ୍ତି ୧୦ କଲେଜରେ ହେବ ଲଢ଼େଇ ଢେଙ୍କାନାଳ ହିନ୍ଦୋଳ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ସରଗରମ କଲେଜ କ୍ୟାମ୍ପସ୍ । ବହୁ ଦିନର ପ୍ରତୀକ୍ଷା ପରେ ବୁଧବାର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲାରେ ମୋଟ୍ ୧୦ କଲେଜ ଏଥର କଲେଜ ନିର୍ବାଚନ ହେବ। ଛାତ୍ର ନେତାଙ୍କ ମଧ୍ୟରେ ଭୋଟ୍ ଲଢ଼େଇ ଚାଲିବ। ଆସନ୍ତା ୯ ତାରିଖରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରାର୍ଥୀ ହେବାକୁ ଛକାପଞ୍ଝା ଚାଲିଥିବା ବେଳେ କଲେଜ ଦଖଲ ପାଇଁ ଛାତ୍ର ରାଜନୀତି ସରଗରମ ହୋଇଉଠିଛି। ଢେଙ୍କାନାଳ ଉପଖଣ୍ଡରେ ୪ଟି କଲେଜ ଯଥା (୧).ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟ,(୨).ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, (୩).ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ,(୪).ଯୋରନ୍ଦା ମହିମା ମହାବିଦ୍ୟାଳୟରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି କାମାକ୍ଷାନଗର ଉପଖଣ୍ଡରେ ୫ଟି କଲେଜ ଯଥା (୧).କାମାକ୍ଷାନଗର ଡିଗ୍ରୀ କଲେଜ,(୨).ପଣ୍ଡୁଆ ସ୍ଥିତ ପାରିମାଳ କଲେଜ,(୩).ଭୁବନ ସ୍ଥିତ ବାଜିରାଉତ ମେମୋରିଆଲ ଡିଗ୍ରୀ କଲେଜ,(୪).ପରଜଙ୍ଗ ମହାବିଦ୍ୟାଳୟ ଓ (୫).ଜିରାଳ କଲେଜ ରହିଛି। ହିନ୍ଦୋଳ ଉପଖଣ୍ଡରେ କେବଳ ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟରେ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ପ୍ରଶାସନର ବୈଠକ ଆଇକାର୍ଡ ଯାଞ୍ଚ ହେବ,କ୍ୟାମ୍ପସ୍ରେ ମୁତୟନ ହେବେ ପୋଲିସ୍ ୧୬ଟି ପଦବି ପାଇଁ ନିର୍ବାଚନ କରାଯିବ। ୯ ତାରିଖରେ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଜ୍ଞନ ଭରିବାର ସମୟ ରହିଛି। ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଗୁଡ଼ିକର ଯାଞ୍ଚ କରାଯିବ । ସନ୍ଧ୍ୟା ୫ଟାରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ । ଯେଉଁ ପ୍ରାର୍ଥୀ ନାମାଜ୍ଞନ ପ୍ରତ୍ୟାହାର କରିବାକୁ ଚାହିଁବେ ୧୦ ତାରିଖ ଦିନ ଗୋଟାଏ ମଧ୍ୟରେ ପ୍ରତ୍ୟାହାର କରିପାରିବେ । ଅପରାହ୍ଣ ୩ଟା ବେଳକୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ପ୍ରଚାର ଜମିବ । ୧୫ ତାରିଖ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୨ଟାରୁ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ । ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ ଅତିରି ତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୋଲିସ୍ ପକ୍ଷରୁ ବ୍ୟବସ୍ଥା କରାଯାଉଛି।। ଅଣଛାତ୍ରଙ୍କ ଛାତ୍ରଙ୍କ ପ୍ରବେଶକୁ ରୋକିବାକୁ ଫାଟକରେ ଛାତ୍ରଛାତ୍ରୀ ଆଇକାର୍ଡ ଯାଞ୍ଚ କରି ଛଡ଼ାଯିବ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ଜଣାଯାଇଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
