ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ରାଜୀବ ଭାଇ।
ମାସକ ମଧ୍ୟରେ ଦୁଇ ବରିଷ୍ଠ ସାମ୍ବାଦିକଙ୍କୁ ହରାଇ ଶେରଗଡ଼ ଆଞ୍ଚଳିକ ସାମ୍ବାଦିକ ସଂଘ ସ୍ତବ୍ଧ।
ଶେରଗଡ଼ (ରିପୋର୍ଟ:- ରାଜକିଶୋର ସାବତ)
ଆଉ ଶୁଭିବନି ସେହି ପରିଚିତ ସ୍ୱର, ଆଉ ଦେଖିବାକୁ ମିଳିବନି ସେହି ହସହସ ମୁହଁ। ସମସ୍ତଙ୍କୁ ଶୋକସାଗରରେ ଭସାଇ ଆରପାରିକୁ ଚାଲିଗଲେ ବରିଷ୍ଠ ସାମ୍ବାଦିକ ରାଜୀବ ଲୋଚନ ପ୍ରଧାନ। ତାଙ୍କ ବିୟୋଗରେ ଶେରଗଡ଼ ଅଞ୍ଚଳର ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।ଶେରଗଡ଼ ଆଞ୍ଚଳିକ ସାମ୍ବାଦିକ ସଂଘକୁ ପୁଣି ଏକ ବଡ଼ ଝଟକା ଲାଗିଛି। ମାସକ ମଧ୍ୟରେ ଦୁଇ ଜଣ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ସଂଘର ସଦସ୍ୟମାନଙ୍କୁ ମର୍ମାହତ କରିଛି।ଦୀର୍ଘଦିନ ଧରି ଅସୁସ୍ଥ ଥିବା ରାଜୀବ ଲୋଚନ ପ୍ରଧାନ ବ୍ରହ୍ମପୁରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଜଣେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ଶେରଗଡ଼ ଅଞ୍ଚଳ ଜଣେ ଅଭିଜ୍ଞ ସାମ୍ବାଦିକଙ୍କୁ ହରାଇଛି। ରାଜୀବ ଭାଇଙ୍କ ସ୍ମୃତି ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ଅମର ହୋଇ ରହିବ।
