*ଅଗ୍ରସେନ ଜୟନ୍ତୀ ଅବସରରେ ଝୁଟି ପ୍ରତିଯୋଗିତା*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
*ଭବାନୀପାଟଣା, ୮/୧୦/୨୦୨୬:* ମହାରାଜା ଅଗ୍ରସେନ ଜୟନ୍ତୀ ମହୋତ୍ସବ ଅବସରରେ ଆଜି ଅର୍ଥାତ୍ ୮ ଅକ୍ଟୋବର ୨୦୨୬ରେ ଏକ ଝୁଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି ପ୍ରତିଯୋଗିତାରେ *ଶିଖା ଅଗ୍ରୱାଲ ପ୍ରଥମ ସ୍ଥାନ* ଏବଂ *ସଞ୍ଜୁ ଅଗ୍ରୱାଲ ଦ୍ୱିତୀୟ ସ୍ଥାନ* ଅଧିକାର କରିଛନ୍ତି।
ପ୍ରଥମ ସ୍ଥାନ ଅଧିକାରୀ ଶିଖା ଅଗ୍ରୱାଲ *ଶ୍ରୀ କିଶନ ଅଗ୍ରୱାଲଙ୍କ କନ୍ୟା*, ଏବଂ ଦ୍ୱିତୀୟ ସ୍ଥାନ ଅଧିକାରୀ ସଞ୍ଜୁ ଅଗ୍ରୱାଲ *ଶ୍ରୀ ଶ୍ରବଣ ଅଗ୍ରୱାଲଙ୍କ ଧର୍ମପତ୍ନୀ* ଅଟନ୍ତି।
ପ୍ରତିଯୋଗିତାରେ ବିଜେତାମାନଙ୍କୁ ସମାଜ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
