**ପଞ୍ଚାୟତ ଏକ ସମସ୍ୟା ଅନେକ, କାର୍ଯ୍ୟକ୍ରମ ରେ ଆଜି ବରଗାଁ ଗ୍ରାମପଞ୍ଚାୟତ ଅଙ୍ଗନୱାଡି କେନ୍ଦ୍ର ସମସ୍ୟା, ଦୁଇ ଅଙ୍ଗନୱାଡି କେନ୍ଦ୍ର ଅନ୍ୟତ୍ର ଗୋଟିଏ ଗୃହରେ ପରିଚାଳିତ* ।
ନୂଆପଡା(ମିଖାଏଲ ନନ୍ଦ) ତା:୦୬.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ “ଗ୍ରାମପଞ୍ଚାୟତ ଏକ, ସମସ୍ୟା ଅନେକ” କାର୍ଯ୍ୟକ୍ରମ ରେ ସମସ୍ୟାର ଗ୍ରନ୍ଥା ଘର କହିଲେ ଅତ୍ୟୁଚି ହେବ ନାହିଁ। ଏହାର ସୁଧାର ଆଣିବା କିଏ। ଅଙ୍ଗନୱାଡି କେନ୍ଦ୍ର ୨ ଓ ୪ ର ନିଜସ୍ଵ ଗୃହ ନ ଥିବା କାରଣ ରୁ ପଞ୍ଚାୟତର ଏକ ଗୃହରେ ପରିଚାଳିତ ଦୁଇ ଗୋଟି କେନ୍ଦ୍ର। କୋମଳ ମତି ଶିଶୁ ମାନେ ଦୀର୍ଘ ଅଧା କିଲୋମିଟର ଅତିକ୍ରମ କରି ପରିଚାଳିତ କେନ୍ଦ୍ର କୁ ଆସି ପୁଷ୍ଟିକର ଖାଦ୍ୟ ଗ୍ରହଣ କରିଥାନ୍ତି।କେନ୍ଦ୍ର ରେ ଶିଶୁ ଙ୍କ ପାଇଁ ଅଣ୍ଡା ଭାତ ହୋଇଥିବା ବେଳେ ଉତ୍ସାହ ସହ ସମସ୍ତେ ଖାଦ୍ୟ ଗ୍ରହଣ କରୁଛନ୍ତି। ଜମି ସମସ୍ୟା, ଜମି ଚିହ୍ନଟ ହୋଇ ମଧ୍ୟ କେନ୍ଦ୍ର ନିର୍ମାଣ ବିଳମ୍ବ ଭଳି ଅନେକ ସମସ୍ୟା ଦେଖାଯାଉଛି। ସେହିପରି ଘରୋଇ ଜମିରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ଘରୋଇ ମାଲିକ ନବ ନିର୍ମିତ କେନ୍ଦ୍ର କୁ ଖୋଲିବା ପାଇଁ ମନାକରି ତାଲା ପକାଇଛି। ପ୍ରଥମେ ଏହି ୨ ଓ ୪ କେନ୍ଦ୍ର ଟି ୩ ନମ୍ବର କେନ୍ଦ୍ର ରେ ପରିଚାଳିତ ହେଉଥିବା ବେଳେ ପରିଚାଳନା ସମସ୍ୟା ଦେଖାଯିବାରୁ ପଞ୍ଚାୟତର ଏକ ଗୃହରେ କେନ୍ଦ୍ର ପରିଚାଳିତ ହେଉଅଛି। ଏହି କୋମଳ ମତି ଶିଶୁଙ୍କ ଉପଯୁକ୍ତ ଅଧିକାର ପ୍ରଦାନ ପାଇଁ ଜିଲ୍ଲାର ମୁଖ୍ୟ ରୁ ଆରମ୍ଭ କରି କେନ୍ଦ୍ର ଅଙ୍ଗନୱାଡି କର୍ମୀ ପର୍ଯ୍ୟନ୍ତ ଦାୟୀ ଅଟନ୍ତି। ତୁରିତ ସମସ୍ୟା ସମାଧାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ। ସଚେତନ ନାଗରିକଙ୍କ ସମ୍ମୁଖରେ ପ୍ରତ୍ୟେକ ଦିନ ଶିଶୁଙ୍କ ସମସ୍ୟା ଦେଖିବା ଏକ ସୁସ୍ଥ ସମାଜର ପରିଭାଷା ନୁହେଁ। ଜିଲ୍ଲା ଦାୟିତ୍ୱବାନ ଅଧିକାରୀମାନେ ମଧ୍ୟ କୃପା ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ।
