ବଡ଼କମର ବ୍ରାହ୍ମଣୀ ସେତୁ କେଉଁ ହେବ ଉଦ୍ଘାଟନ
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼କମର ଠାରୁ ଖଡ଼ଗପ୍ରସାଦ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ କୋଟି କୋଟି ଟଙ୍କାର ସେତୁ ଆଜି ଲୋକଙ୍କ କାମରେ ଆସୁନାହିଁ। ବ୍ରାହ୍ମଣୀ ନଦୀ ଉପରେ ୮୧,୫୭,୫୫,୯୬୦ ଟଙ୍କା (ଏକାଅଶୀ କୋଟି ସତାବନ ଲକ୍ଷ ପଞ୍ଚାବନ ହଜାର ନଅ ଶହ ଷାଠିଏ ଟଙ୍କା) ବ୍ୟୟରେ ଆର.ଆଇ.ଡି.ଏଫ ସହାୟତାରେ ପୂର୍ତ୍ତ ବିଭାଗ ଦ୍ୱାରା ବିଶାଳ ସେତୁ ନିର୍ମାଣ କରାଯାଇଛି। ୨୦୧୯ ଡିସେମ୍ବର ୨୫ ତାରିଖରେ ଏହାର ଭୂମିପୂଜନ ହୋଇଥିଲା। ସେତୁ ତିଆରି ହେଲା,ବୋର୍ଡ ଲାଗିଲା,ଉଦଘାଟନ ଫଳକ ବି ଲାଗିଲା,ହେଲେ ସେତୁକୁ ସଂଯୋଗ ରୋଡ୍ ଆଜି ଯାଏଁ ମାଟି ରାସ୍ତା ହୋଇ ପଡ଼ିଛି। ଗାଡ଼ି ଯିବା ବହୁତ କଷ୍ଟ,ବର୍ଷା ହେଲେ ଯିବା ଅସମ୍ଭବ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସେତୁ ଖୋଲିଲେ ପରଜଙ୍ଗ,କଙ୍କଡାହାଡ଼,ମହାବୀର ରୋଡ୍ ଓ ଆଖପାଖର ହଜାର ଲୋକ ଉପକୃତ ହେବେ। କିନ୍ତୁ ୬ ବର୍ଷ ବିତିଯିବା ପରେ ବି ସେତୁ ଖୋଲି ନାହିଁ। ଏତେ ଟଙ୍କା ଖର୍ଚ୍ଚ ପରେ ବି ଲୋକେ ସୁବିଧା ପାଉନାହାଁନ୍ତି କାହିଁକି? ପ୍ରଶାସନ କେବେ ଆପ୍ରୋଚ ରୋଡ୍ ସାରି ଏହାକୁ ଲୋକାର୍ପଣ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା।
