ନୂଆପଡା(ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବିଜେଡି କର୍ମକର୍ତା ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ନୀୟା କିପରେ ମିଳିବ ସେଥି ପ୍ରତି ହେଇଥିବା ଘଟଣା କୁ ନେଇ ଭିକ୍ଷୋପ ପ୍ରଦର୍ଶନ କରିଥିଲେ।
ସୂଚନା ଅନୁସାରେ
ବାଲେଶ୍ଵର ଫକୀର ମୋହନ ଶୟଂ ଶାଶିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶି ଏହି ମହା ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ କାରଣ ଛାତ୍ରୀଙ୍କ କହିବା ଅନୁସାରେ ବିଡି ବିଭାଗ ଅଧ୍ୟାପକ ସମୀର କୁମାର ସାହୁ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ଛାତ୍ରୀ ଜଣକ ମନା କରିବାରୁ ଅଧ୍ୟାପକ ସେହି ଦିନ ଠାରୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ଏମିତି କି କ୍ଲାସ ରୁମରୁ ବାହାର କରି ଦେବା ସହ ପରୀକ୍ଷା ରେ ଛଅ ବର୍ଷ ପାଇଁ ବେକ ଲଗେଇ ଦେବୀ ବୋଲି କହିଥିଲେ। ଫଳରେ ଛାତ୍ରୀ ଜଣକ ଆଇନ ର ଆଶ୍ରୟ ନେଇ ଥାନା ରେ କେସ କରିବା ପରେ ନ୍ୟାୟ ନ ପାଇ ମୁଖ୍ୟମନ୍ତ୍ରୀ, ସିକ୍ଷା ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ବେ କୌଣସି ଲୋକ ଛାତ୍ରୀଙ୍କ କଥା ନ ଶୁଣିବାରୁ ଛାତ୍ରୀ ଜଣକ କଲେଜ୍ ଅଧକ୍ଷ ଦିଲୀପ ଘୋଷ ଙ୍କ ପାଖକୁ ଲିଖିତ ଅଭିଯୋଗ କରିଥିଲେ ହେଲେ କଲେଜ୍ ଅଧ୍ୟକ୍ଷ ଅଧ୍ୟାପକ ସମୀର ସାହୁଙ୍କ ଉପରେ କୌଣସି ପଦକ୍ଷେପ ନ ନେବାରୁ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମତ୍ୟା କରିଛନ୍ତି । ଛାତ୍ରୀଙ୍କ ଶରୀର ବାଖାପଖି 90% ଜଳି ଯାଇଥିଲା ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା ଗତ ରାତିରେ ତାଙ୍କର ପ୍ରାଣ ବାୟୁ ଛାଡ଼ି ସେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଖଡିଆଳ ରୁ ବିଜେଡି କର୍ମୀ ହୀରା ଧର ମେହେରଙ୍କ ନେତୃତ୍ୱରେ ଖଡିଆଳ ଶୟଂ ଶାସିତ ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ବିକ୍ଷୋପ ପ୍ରଦର୍ଶନ କରି ଓଡ଼ିଶା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଓ ଶିକ୍ଷ୍ୟା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ କୁଷ ପୁତ୍ତଳିକା ଦାହ କରିଛନ୍ତି । ଏଫ୍ ଏମ କଲେଜ୍ ବିଡି ଅଧ୍ୟାପକ ସମୀର କୁମାର ସାହୁଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରନ୍ତୁ ଓ ଶ୍ୱର୍ଗତ ଛାତ୍ରୀଙ୍କୁ ନ୍ୟାୟ ମିଳୁ ନଚେତ୍ ଆଗାମୀ ଦିନରେ ବିଜେଡି ବଡ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଏହି ବିକ୍ଷୋଭ ପ୍ରଦର୍ଶନୀରେ ମଡେଲ ଡିଗ୍ରୀ କଲେଜ ଓ ଖଡିଆଳ କଲେଜ୍ ର ଛାତ୍ର ଛାତ୍ରୀ ସାମିଲ ହୋଇ ଥିଲେ l ସାନ ଜଗତ, ବଡ ଜଗତ, ବିନୋଦ ଦୁରିଆ, ପିନ୍ଟୁ ତାଣ୍ଡି, ପଞ୍ଚାନନ ବେହେରା, ଦ୍ୟୁତି ରଞ୍ଜନ ବାଗ, ସିତାରାମ ସାହୁ, ପ୍ରଶାନ୍ତ ବେହେରା, ଚନ୍ଦ୍ର ଦ୍ୱଜ ବେହେରା, ଟିଟୁ ପାଣ୍ଡେ, ଅମିତାଭ ପଟେଲ ସମେତ ଶତାଧିକ ବିଜେଡି କର୍ମୀ ସମୂହ ବିଜେଡି ଝଣ୍ଡା ଧରି କଲେଜ ଆଗରେ ରାଜ୍ୟ ସରକାରଙ୍କୁ ତଥା ଡବଲଇଂଜିନ ସରକାର ଙ୍କ ବିରୁଦ୍ଧରେ ନାରା ଦେଇ ପ୍ରତିବାଦ କରି କୁଶ ପୁତ୍ତଳିକା ଦୋୟ ଦାହ କରିଥିଲେ ।
