ଦଶରଥପୁର (ଉତ୍ତମ କୁମାର ଦାସ) : ସୁଲଭ ମୂଲ୍ୟ ରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ନକଲି ଓ ନିମ୍ନ ମନର ସାର କାରବାର ଉପରେ କଡା ନଜର ରଖିବା ଳାଗି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଚାଷୀମାନଙ୍କୁ ନାନୋ ୟୁରିଆ ନେବାକୁ ବାଧ୍ୟ ନକରିବାକୁ ସେ କହିଛନ୍ତି। ସାର କୁ ନେଇ ରାଜ୍ୟ ବ୍ୟାପି ଅଭିଯାନ ଆରମ୍ଭ କରିବାକୁ ସେ ବିଭିନ୍ନ ରାଜ୍ୟ ର ମୁଖ୍ୟ ମନ୍ତ୍ରୀଙ୍କୁ କହିଛନ୍ତି। ସାର କଲା ବଜାରୀ ନିମ୍ନ ମନର ସାର ବିକ୍ରିରେ ଲିପ୍ତ ଥିବା ପକ୍ଷ୍ୟ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ଯାଉଁ ସ୍ଥାନରେ ଯତିକି ପରିମାଣର ସାର ସରକାର ତାହା ନିଶ୍ଚିତ କରିବା ଦାଇତ୍ୱ ରାଜ୍ୟ ମାନଙ୍କର। ତେଣୁ ସାର କଳାବଜାରୀ ଅଧକ ଦରରେ ବିକ୍ରି ଏବଂ ରିହାତି ରେ ମିଳୁ ଥିବା ସାରକୁ ଆନଂତ୍ର ପଠାଇବା ଭଲି ଘଟଣା ଗୁଡିକ ଉପରେ ନଜର ରଖିବାକୁ ରାଜ୍ୟସରକାର ଙ୍କୁ କୁହା ଯାଇଛି। ସାର ଉତ୍ପାଦନ ଓ ବିକ୍ରି ଉପରେ ନିୟମିତ ନଜର ରଖିବାକୁ ରାଜ୍ୟସରକାର ଙ୍କୁ କୁହାଯାଇଛି।
