(ଧୁଷୁରୀ (ସୀତାକାନ୍ତ ବିଶ୍ଵାଳ) : ଡବଲ ଇଞ୍ଜିନସରକାରରେ ଚାଲିଛି ଡବଲ ବିକାଶ ନାମାରେ ଡବଲ ସର୍ବନାଶ।
ସରକାର ବିଭିନ୍ନ ନଦୀବନ୍ଧ ର ସୁରକ୍ଷା ପାଇଁ ପ୍ରୋଟେକ୍ସନ୍ ୱାଲ୍ ଓ ଷ୍ଟୋନ ପ୍ୟାକିଂ କରୁଛନ୍ତି।ମାତ୍ର ମାଲେ ମାଲ ହେଉଛନ୍ତି ନିମ୍ନ ମାନର କାମକରି ଠିକାଦାର ଓ ଯନ୍ତ୍ରୀ।
ନାଆଁ ଅଛି ଭୟ ନାଆଁ ଅଛି ସରକାରୀ ଧନ ର ଲୁଟ ର ପଶ୍ଚତତାପ।
ଅତଡ଼ା ଖସି ଯଦି ରାସ୍ତାଟି ଧୋଇ ହୋଇ ଯାଏ ଏବଂ ସେହି ସମୟରେ କୌଣସି ପିଲା ନଦୀକୁ ଚାଲି ଯାଏ ତେବେ ଠିକାଦାର କଣ ଯାଉଛି ନା ଯନ୍ତ୍ରୀର।
କାହିଁକି ନା ରାସ୍ତାର ସୁରକ୍ଷା ପାଇଁ ଯନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ବାଲି ବସ୍ତା ବଦଳରେ ଦଳ ପୁରାଇବେ ଓ ନିମ୍ନମାନର କାମକୁ ଠିକ୍ କାମ ଚାଲିଛି ବୋଲି ଅଭିଯୋଗ ଆସିଲେ କହିବେ।
ହଁ ଆଜ୍ଞା ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଧାମନଗର ଆସିଷ୍ଟାଣ୍ଟ ଇରିଗେଶନ ଡିଭିଜନ ଅନ୍ତର୍ଗତ ଧୁଷୁରୀ ସେକ୍ସନ ଇରିଗେସନ୍ କାର୍ଯ୍ୟାଳୟ ନାମରେ।ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରି ପତ୍ରୀ ସାହିରୁ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାସ୍ତା ଟିକୁ ବାଲିବସ୍ତା ର ସୁରକ୍ଷା ନଦେଇ ନିର୍ମାଣ ହେଉଥିବା ପ୍ରୋଟେକ୍ସନ ୱାଲ୍ ଓ ରାସ୍ତା ମଧ୍ୟରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘୋଡ଼ାଦଳ ପୁରାଇ ଦେଇଥିଲେ ଯାହା ଫଳରେ କି ରାସ୍ତାରୁ ଅତଡ଼ା ଖାଇ ରାସ୍ତାଟି ସମ୍ପୂର୍ଣ ନଦିଭିତରକୁ ଧୋଇ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି।ନିର୍ମାଣ ଧିନ ପ୍ରୋତେକ୍ସନ ୱାଲ୍ ରେ ସିମେଣ୍ଟ ,ବାଲି ଓ ଗୋଡ଼ିର ପରିମାଣ ଠିକ୍ ଦିଆଯାଇନଥିବା ବେଳେ ଲୋକାଲ ରଡ ସାଙ୍ଗକୁ 10 mm ଏବଂ 8mm ରଡ଼ ରେ କାମ ହେଉଥିବାର ଅଭିଯୋଗ ହୋଇଛି,କିନ୍ତୁ କାମ ପାଇଁ 12mm ଓ 15mm ରଡ଼ ର ଆବଶ୍ୟକତା ଅଛି।କାମ ନିମ୍ନମାନର ହେଉ ଥିବାରୁ ଠିକ୍ କାମ କରିବାକୁ ସ୍ଥାନୀୟ ଲୋକମାନେ କାମ ବନ୍ଦ କରିଛନ୍ତି ।ହେଲେ କାର୍ଯ୍ୟରତ ଯନ୍ତ୍ରୀ ଲୋକମାନଙ୍କୁ ଆଉ କାମରେ ତ୍ରୁଟି ନ ହେବା କୁ ବୁଝାଇଲା ପରେ ବି ନିମ୍ନମାନର କାମ କରୁଥିବାର ଅଭିଯୋଗ ଆସିଛି।ଉକ୍ତ ପ୍ରକଳ୍ପଟି କୁ ଧାମନଗର ର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଂସଦ ଅଭିମନ୍ୟୁ ସେଠୀ ଉଦଘାଟନ କରିଥିବାରୁ ଲୋକ ମାନେ କହିବା ଆରମ୍ଭ କଲେଣି ଆମ ନେତାଙ୍କ କଥା ପ୍ରବଳ କାମ ଦୃବଳ।ଭଦ୍ରକରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ
