ଜଳେଶ୍ୱର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ଜଳେଶ୍ୱର ୨/୧୦(ନିପ୍ର)
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳର ସଭାପତି ମାନନୀୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଜଣ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଯାଇଛିଏହି କ୍ରମରେ, ଆଜି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପ୍ରଥମ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏଥିରେ ଜଳେଶ୍ୱର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦିବା୧୦ ଘଟିକା ସମୟରେ ମାକିଡ଼ିଆ ଜଗନ୍ନାଥ ମନ୍ଦିର ଠାରୁ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଓଲମରା ପଞ୍ଚାୟତ ଅନ୍ତର୍ଗତ ରାଇବଣିଆ ଥାନା ପର୍ୟ୍ଯନ୍ତ ଚାଲିଥିଲା ଓ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ,ଏହି ପଦଯାତ୍ରା କେବଳ ଏକ ଯାତ୍ରା ନୁହେଁ ଏହା ଲୋକଙ୍କ ସହ ଯୋଡ଼ି ହେବା, ଲୋକଙ୍କ କଥା ଶୁଣିବା ଏବଂ ଜନସେବାର ସଂକଳ୍ପକୁ ଆହୁରି ଦୃଢ଼ କରିବାର ଏକ ପ୍ରୟାସ ବୋଲି ବ୍ଲକ ସଭାପତି ଦିଲ୍ଲୀପ କୁମାର ସାମଲ ମତ ପ୍ରକାଶ କରିଥିଲେ ।ଆଜିର ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ଜିଲ୍ଲା ପରିଷଦ ଉପାଦକ୍ଷା ଅନୁସୂୟା ପ୍ରଧାନ,ଜଳେଶ୍ୱର ପୋୖରାଦକ୍ଷ ପ୍ରତୀପ୍ ପ୍ରଧାନ ,ବ୍ଲକ ଉପାଦକ୍ଷା ସଞ୍ଚିତା ସେନାପତି,୭ ନମ୍ବର ଜୁନ ଜିଲ୍ଲାପରିଷଦ ତୁଳସୀ କିସ୍କୁ,୮ନମ୍ବର ଜୁନ ଜିଲ୍ଲାପରିଷଦ ଗୌରାଙ୍ଗ ସିଂ, ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ଦ୍ରୁବଜ୍ୟୋତି ଗିରି ,ବ୍ଲକ ଯୁବ ବିଜେଡି ସଭାପତି ନିମାୟ ଘୋଷ, ଛାତ୍ର ସଭାପତି ଗୌତମ ପାତ୍ର, ମାକିଡ଼ିଆ ସରପଞ୍ଚ ବିଷ୍ଣୁ ପ୍ରିୟା ଘୋଷ,ସମୀର ଘଡେଇ, ସଞ୍ଜୟ ଘୋଷ, କଳମା ସରପଞ୍ଚ ସୁବିନିତା ଦତ୍ତ,ବରଡ଼ିହା ସରପଞ୍ଚ ଅଜୟ ମହାନ୍ତି, ଓଲମରା ସରପଞ୍ଚ ବାସନ୍ତୀ ବେହାର ,ସଦସ୍ୟା କବିତା ଦାସ, କେ.ଏମ .ସାହି ସଦସ୍ୟ ବିଶ୍ୱମ୍ବର ଦେହୁରୀ, ଆନନ୍ଦ କର, ବିଜୟ କାମିଳା, ମୁଧୁସୁଧନ ସେନାପତି, ଲେଳୀନ ପ୍ରଧାନ, ମୋନରଞ୍ଜନ ଦେ, ବିଷ୍ଣୁପଦ ଆଚାର୍ଯ୍ୟ,ରାଜେଶ ଘୋଷ, ରବିକାନ୍ତ ପାତ୍ର,ସଞ୍ଜୟ ମହାନ୍ତି,ମୋନରଞ୍ଜନ ଦାସ,ପ୍ରମୁଖ ଉପସ୍ଥିତ ରହି ବଜେପି ସରକାରକୁ ଆସିବା ପରେ ଭତ୍ତା ,ବିଜୁଳି ,ଧାନ କିଣାରେ ଚାଷୀଙ୍କୁ କିପରି ହଇରାଣ ହେବାକୁ ପଡୁଛି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ସେ ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ ଓ ଆଜିର ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ପଦଯାତ୍ରା କମିଟିର ସଂଯୋଜକ ତଥା ଯୁବ ନେତା ବିଜେଶ ରଣା ।
