*ଗ୍ରାମ ପଞ୍ଚାୟତ ଗୃହରେ ସର୍ବlଙ୍ଗିନ ଉନ୍ନତିର ଆଲୋଚନା*
(ଖପ୍ରାଖୋଲ ନି ପ୍ର =ନାରାୟଣ ସେଠ ଙ୍କ ରିପୋର୍ଟ)
ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍ ଅଧିନସ୍ଥ ରେଙ୍ଗାଲି ଗ୍ରାମପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଥିଲା l ସ୍ଥାନୀୟ ସରପଞ୍ଚ ଉମାକାନ୍ତ ମେହେର ମହାଶୟ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରି ଥିଲେ ll ସଭାରେ ସରପଞ୍ଚ।କର ଅଧ୍ୟକ୍ଷତାରେ ସଭା କରାଯାଇଥିଲା l ଏଠାରେ ଗ୍ରାମପଞ୍ଚାୟତ ଅଧିନସ୍ଥ ରେଙ୍ଗାଲି, ଖୁରିପାଣି, ବେହେରlପାଣି, ନାଗଡ଼େରl, କୁଲିହା ମୁଣ୍ଡା, ଆମବାହାଲି, ଲହଡୁଙ୍ଗୁରି, ବର୍ତ୍ତିଆ, ଛିନ୍ ବାହାଲି,ପୁଞ୍ଜି ପଡ଼ା,ଭରୁଆମୁଣ୍ଡା ପଞ୍ଚାୟତ ର ସ୍ଥିତ ଲୋକମାନେ,ଶ୍ରମିକ,ଅଙ୍ଗନବାଡି,ଶିକ୍ଷକ,MDK,CRP,CRCC,ଗାଁ ସାଥୀ,ଫରେଷ୍ଟର , ଗାର୍ଡ,କୃଷକ ସାଥି ଉପସ୍ଥିତ ଥିଲେ ll ସରପଞ୍ଚ ଶ୍ରୀ ମେହେର ଗାଁ ମାନଙ୍କରେ ଥିବା ସମସ୍ୟା ଓ ତାହାର ସମାଧାନ କରି ଥିବା ଉପରେ ଲୋକମାନଙ୍କୁ ଅବଗତ କରିଥିଲେ ଯଥା :- ପୋଖରୀ ପଙ୍କ ଉଦ୍ଧାର, ରାସ୍ତା ମରାମତି,ଖେଳ ପଡ଼ିଆର ଉନ୍ନତି କରଣ,ସ୍ୱଚ୍ଛ ଭାରତ , ପୃଥକୀକରଣ,ଓ ନିର୍ମାଣ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଗ୍ରାମମାନଙ୍କରେ ଉପୁଜି ଥିବା ସମସ୍ୟା ଓ ତାହାର ସମାଧାନ ଉପରେ ମଧ୍ୟ ଉପସ୍ଥାପନ କରିବା ସହିତ ସ୍ୱଚ୍ଛ ଗ୍ରାମ ପଞ୍ଚାୟତ ଗଠନ କରିବା,ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଗଠନ ଉପରେ ବର୍ଣ୍ଣନା କରିଥିଲେ ll CRCC ସାର୍ ଶ୍ରୀ ଦୀନବନ୍ଧୁ ବାଗ ମହୋଦୟ ତାଙ୍କ ବକ୍ତବ୍ୟରେ କହି ଥିଲେ ଯେ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା,ଶିଶୁ ମାନଙ୍କୁ ପ୍ରତିଦିନ ବିଦ୍ୟାଳୟକୁ ପଠାଇ ବାକୁ ଅନୁରୋଧ କରିଥିଲେ ll ତତସହିତ ବିଦ୍ୟାଳୟମାନଙ୍କରେ ପାଇଖାନା ବ୍ୟବସ୍ଥା ,ପାନୀୟ ଜଳର ବ୍ୟବସ୍ଥା, କୋଠରୀ ନିର୍ମାଣ,ପାଚେରୀ ନିର୍ମାଣ ର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରି କହିଥିଲେ ,ଅଳ୍ପ ସମୟ ଧରି ବିଭାଗୀୟ ଅଧିକାରୀ ଙ୍କ ସହ ବିପର୍ଯ୍ୟସ୍ତ ଶିକ୍ଷା ,ସ୍ୱାସ୍ଥ୍ୟ ଓ ମୌଳିକ ଅଧିକାର କୁ ନେଇ ମୁହାଁ ମୁହିଁ ହୋଇଥିଲେ ଅଧିକାରୀଙ୍କ ଅନୁପସ୍ଥିତ ରୋକିବାକୁ ଫଟୋ ଉଠାଇ ବାକୁ ପରାମର୍ଶ ଦେଇ ଥିଲେ ll ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଅଇଁଲା ବାଗ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟକାରିତା,ଶିଶୁ ଓ ମାତୃ ଯୋଜନା କାର୍ଯ୍ୟକାରିତା,ଓ ପୁଷ୍ଟିକର ଖାଦ୍ୟ ଯୋଜନାର କାର୍ଯ୍ୟକାରିତା ବିଷୟରେ ବିଶଦ ଭାବରେ ବଖାଣି ଥିଲେ ll MDK ବାଗ ମ୍ୟାଡ଼ାମ SHG ମହିଳା ତଥା ମହିଳାମାନଙ୍କର ଉନ୍ନତିକାରଣ, ଉନ୍ନତିକରଣ ର ଆୟବୃଦ୍ଧି ସହ ବୃତ୍ତି ଓ ଆୟ ସହ ଉପରେ ସରକାରଙ୍କର ବିଭିନ୍ନ ଯୋଜନା ର ଲାଭ ଉପରେ ଆଲୋକପାତ କରିଥିଲେ ll ଜଙ୍ଗଲ ବିଭାଗର ଫରେଷ୍ଟର ସାର୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ‘ଏକ ପେଡ୍ ମାଁ କେ ନାମ୍ ପେ” ଯୋଜନା, ଜଙ୍ଗଲ ବୃଦ୍ଧି, ସାମାଜିକ ବନୀକରଣ, ରକ୍ଷଣା ବେକ୍ଷଣ, ଜଙ୍ଗଲ ର ଉପକାରିତା , ଅମ୍ଳଜାନ ବାଷ୍ପ ପାଇବା ପାଇଁ ଗଛ ବିଷୟରେ କହିଥିଲେ ll ପଞ୍ଚାୟତର EO ସାର୍ କହିଥିଲେ ଯେ ସବୁ ସମସ୍ୟାର ସମାଧାନ କେବଳ ଧୀରେ ଧୀରେ କର ଯାଇ ପାରିବ ବୋଲି ll ଶେଷରେ ସରପଞ୍ଚ ମହୋଦୟ ଧନ୍ୟବାଦ୍ ଅର୍ପଣ ସହ ଜଳନ୍ଧର ବେହେରାଙ୍କର ଦ୍ୱାରା ଶିଶୁ ଶ୍ରମ ମୁକ୍ତ ଶପଥ ପାଠ କର ଯାଇ ସଭା ସାଙ୍ଗ କରା ଯାଇ ଥିଲା ll
