ଗୋପୀନାଥପୁର ରେ ଜନ ଅଭିଯୋଗ ଶୁଣାଣୀ
କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦନପୁର ପଞ୍ଚାୟତ ଗୋପୀନାଥପୁର ନୀଳ କଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଜେପି ନେମାଳ ମଣ୍ଡଳପକ୍ଷରୁ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି |ବିଶେଷ କରି ରାସ୍ତା, ପାନୀୟ ଜଳ, ବିଦ୍ୟୁତ,ଆବାସ, ରାସନ କାର୍ଡ ଇତ୍ୟାଦି ନେଇ ଅଭିଯୋଗ ଆସିଥିଲା |
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ସ୍ଥାନୀୟ ମ. ଇ ବିଦ୍ୟାଳୟ ର ଛାତ୍ର ମାନେ ସ୍କୁଲ ର ସମସ୍ୟା ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ନିକଟରେ ସମାଧାନପାଇଁ ଅଭିଯୋଗ କରିଥିଲେ |ଗ୍ରାମାଞ୍ଚଳ ର ଶତାଧିକ ପୁରୁଷ ଓ ମହିଳା ବିଭିନ୍ନ ବାବଦରେ ଅଭିଯୋଗ ମାନ ଦର୍ଶାଇ ଥିଲେ | ଏହି କାର୍ଯ୍ୟକ୍ରମ ରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ପକ୍ଷରୁ ମଣ୍ଡଳ ସଭାପତି ମୀନକେତନ ମହାନ୍ତି ଅଭିଯୋଗ ଗୁଡ଼ିକ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଥିଲେ |କାର୍ଯ୍ୟକ୍ରମ ରେ 80ବର୍ଷ ବୟସ୍କ ବ୍ୟକ୍ତି ମାନଙ୍କୁସମ୍ବର୍ଦ୍ଧିତ କରାଯାଇଥିଲା |ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା,ପଂଚାୟତ ସଭାପତି ରମେଶ ବେହେରା,ଉପ ସଭାପତି ତ୍ରିଲୋଚନ ପାତ୍ର, ପଂଚାୟତ ଉପ ସାଭାପତି ପ୍ରମୋଦ ବେହେରା, ବସନ୍ତ ବେହେରା, ସୀତାଂଶୁ ପଣ୍ଡା, ନଳିନୀ କାନ୍ତ ମିଶ୍ର, ସର୍ବ ପ୍ରସନ୍ନ ପଣ୍ଡା, ପ୍ରଦୀପ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ | ସାଲେପୁର ରୁ ସମେରେନ୍ଦ୍ର ଅର୍ଚାଯ୍ୟ ଙ୍କ ରିପୋର୍ଟ
