ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘର କାଯ୍ୟଳୟ ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା (ଲୁଦୁଲୁଦି), ତା. ୦୪/୧୦ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ବ୍ଲକ ଶାଖା”ର କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କ ଲୁଦୁଲୁଦି ଗ୍ରାମସ୍ଥ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ଶାଖା ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାସଂଘ ଉପଦେଷ୍ଟା ନାଟ୍ୟକାର ଜେନା ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥିଭାବେ ଯୋଗଦେଇ ଗୋବରା ମରେଈପାଟ ରାସ୍ତାରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ସଂଘ କାର୍ଯ୍ୟାଳୟ ନିମନ୍ତେ ପ୍ରଦର୍ଶିତ ଜାଗା ଦେଖି ଆସି କାର୍ଯ୍ୟାଳୟ ଓ ଛୋଟିଆ ସଭାଗୃହ ନିମନ୍ତେ ଭଲ ଜାଗାଟିଏ ବୋଲି କହିବା ସହିତ ସମ୍ପୃକ୍ତ ବିଭାଗ ସହିତ ବିଧିବତ୍ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସଂଘ ନାମରେ କାଗଜ ପତ୍ର ହେବା ପରେ ଗୃହ ନିର୍ମାଣ ଏବଂ ଭଲଦିନ ଦେଖି ଉକ୍ତ ଜାଗାକୁ ତାରବାଡ଼ ଦେବା ସହିତ ଭୂମି ପୂଜନ କାର୍ଯ୍ୟକ୍ରମ କରିବା ନେଇ ବୈଠକରେ ନିଷ୍ପତି ନିଆଯାଇଥିଲା। ବୈଠକରେ ସର୍ବଶ୍ରୀ ବାଲ୍ମୀକି ମହନ୍ତି, ନାରାୟଣ ଗୌଡ଼, ଶିବରାମ ରାଉତ, ରମେଶ ଗୌଡ଼,ରାଜେନ୍ଦ୍ର ଗୌଡ଼, ଗନ୍ଧର୍ବ ସ୍ୱାଇଁ, ପ୍ରଫୁଲ୍ଲ ଗୌଡ଼, ରଙ୍କନିଧି ଗୌଡ଼ ପ୍ରମୁଖ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଶାଖା ସଂଘ ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବ୍ଲକ ସଂଯୋଜକ ଈଶ୍ବର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
