*ଧରାପଡ଼ିଲା ଗୋରୁ ବୋଝେଇ ତେଲ ଟେଙ୍କର* ବାଙ୍ଗିରିପୋଷି ଭଞ୍ଜଦୂତ ଖବର (ଅଂଶୁମାନ ଘୋଷ)0୩/୧୦/୨୬:-
ବାଙ୍ଗିରିପୋଷି ରୁ କଳାବାଡିଆ ଯାଉଥିବା ରାସ୍ତା ରେ ତେଲ ଟେଙ୍କର ଭିତରେ ଗୋରୁ ଚାଲାଣ ଅଭିଯୋଗ, ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳ ରେ ଗୋ ଚାଲାଣ କୁ ନେଇ ଚର୍ଚ୍ଚା ଗୋ ଚାଲାଣ ପାଇଁ ଟେଙ୍କର ବବ୍ୟହାର ହୋଉଥିଲା | ଗୋ ଚାଲାଣ ପଛରେ କେଉଁମାନେ ସମ୍ପୃକ୍ତ ତାହା ତତନ୍ତ ଜାରି ରହିଛି ବୋଲି ସୂଚନା,ପୋଲିସର ଚଢ଼ାଉ ପରେ 20 ଟି ଗାଈ ବୋଲି ଜଣାପଡିଛି |
ତେଲ ପରିବହନ ପାଇଁ ବ୍ୟବହୃତ ଏକ ଟେ ଙ୍କରରେ ଗୋରୁ ଚାଲାଣ ହେଉଥିବା ଅଭିଯୋଗରେ ଗାଡ଼ିଟିକୁ ପୋଲିସ ଧରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ପୋଲିସ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରୁଥିବା ସହ ଡ୍ରାଇଭର ଓ ହେଲପେର କୁ ଧରି ନେଇ ପଚାରା ଉଚରା ଜାରି ରହିଛି ବୋଲି ସୁଚନା ।
ଏହାର ନମ୍ବର ପ୍ଲେରେ *WB 76 B 1266* ଦେଖିବାକୁ ମିଳୁଛି। ଟ୍ୟାଙ୍କରରେ BPCL/Jio ସମ୍ବନ୍ଧୀୟ ଚିହ୍ନ ଓ ୨୨,୦୦୦ ଲିଟର କ୍ଷମତା ଉଲ୍ଲେଖ ରହିଛି।
ଘଟଣାକୁ ନେଇ ପୋଲିସ ପକ୍ଷରୁ ଟେଙ୍କର ଟିକୁ ଜବତ କରି ଅଧିକ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ଗୋରୁ କେଉଁଠାରୁ ଆସିଥିଲେ, କେଉଁଠାକୁ ନିଆଯାଉଥିଲା ଏବଂ ଏହି ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା |
ତେଲ ଟେଙ୍କରରେ ଗୋରୁ ଚାଲାଣ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
