ଅସହାୟ ର ବନ୍ଧୁ କାହୁଁଚରଣ ବାରିକ୍
ରିପୋର୍ଟ _ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଭୁବନେଶ୍ୱରପୁର ପଞ୍ଚାୟତର କଳସଢ଼ିଆ ଗ୍ରାମର ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଣେ ସରଳ, ନମ୍ର, ନ୍ୟାୟବନ୍ତ ଓ ସମାଜପ୍ରେମୀ ବ୍ୟକ୍ତିତ୍ୱ । ଛୋଟବେଳୁ ତାଙ୍କ ମନରେ ଦୁଃଖୀ, ଅସହାୟ ଓ ଅନାଥ ଲୋକଙ୍କ ପ୍ରତି ଥିଲା ଅପାର ସ୍ନେହ ଓ ସହାନୁଭୂତି । ସମାଜରେ ଥିବା ଦୁଃଖ, ଅଭାବ ଓ କଷ୍ଟକୁ ନିଜର କଷ୍ଟ ଭାବି ଲୋକଙ୍କ ପାଖରେ ଠିଆ ହେବା ହିଁ ତାଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ହୋଇପଡ଼ିଛି ।
ସେ କେବଳ କଥାରେ ନୁହେଁ, କାର୍ଯ୍ୟରେ ମଧ୍ୟ ଜଣେ ସତ୍ୟ ସମାଜସେବୀର ପରିଚୟ ଦେଇଛନ୍ତି । ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା, ଭୁଖାଙ୍କୁ ଖାଦ୍ୟ ଦେବା, ରୋଗୀଙ୍କୁ ଚିକିତ୍ସା ସହାୟତା ପହଞ୍ଚାଇବା, ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବା ଭଳି ଅନେକ ମାନବିକ କାର୍ଯ୍ୟ ମାଧ୍ୟମରେ ସେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ନିଷ୍କାମ ସେବାଭାବ ପାଇଁ ସେ ବିଭିନ୍ନ ସମୟରେ ସମ୍ମାନିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି ।
ସେ The Little Angel Social Service ସଂଗଠନ ସହ ସଯୁକ୍ତହୋଈ ରହି ଗଛଲଗା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମରେ ସେବା, ଗରିବ ଛାତ୍ରଛାତ୍ରୀଙ୍କୁ ସହାୟତା ଓ ବନ୍ୟା ସମୟରେ ଦୁର୍ଗତ ଲୋକଙ୍କ ପାଖରେ ପହଞ୍ଚି ସହଯୋଗ କରିବା ଭଳି ଅନେକ ମହତ୍ କାର୍ଯ୍ୟ କରିଆସୁଛନ୍ତି । ପ୍ରକୃତି ସୁରକ୍ଷା ଓ ମାନବ ସେବାକୁ ସେ ନିଜ ଜୀବନର ଏକ ପବିତ୍ର କର୍ତ୍ତବ୍ୟ ଭାବେ ଗ୍ରହଣ କରିଛନ୍ତି ।
ତାଙ୍କର ଉଚ୍ଚ ଚିନ୍ତାଧାରା, ସଚ୍ଚୋଟତା ପଣିଆ ମାନବିକତା ପ୍ରତି ଭଲପାଇବା ଓ ସମାଜ ପାଇଁ କିଛି କରିବାର ଉଦ୍ୟମ୍ ଇଚ୍ଛା ଶକ୍ତି ଆଜିର ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ଦାୟକ। ସେ ବିଶ୍ୱାସ କରନ୍ତି ଯେ, “ମାନବ ସେବା ହିଁ ସର୍ବୋତ୍ତମ ଧର୍ମ” । ତେଣୁ ସେ ଆଗାମୀ ଦିନରେ ମଧ୍ୟ ସମାଜର ଦୁଃଖୀ, ଅସହାୟ ଓ ପୀଡ଼ିତ ଲୋକଙ୍କ ପାଇଁ ନିଜକୁ ସମର୍ପିତ କରି ଆହୁରି ଅନେକ ସାମାଜିକ ଓ ମାନବିକ କାର୍ଯ୍ୟ କରିବେ ବୋଲି ଆଶା ଓ ବିଶ୍ୱାସ କରାଯାଏ ।
