ସାରସକଣା ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
______________
ସାରସକଣା,(୩/୧୦/୨୬)(ନି.ପ୍ର): ସାରସକଣା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଗୁରୁବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ବିଜୁ ଜନତା ଦଳର ସାରସକଣା ବ୍ଲକ ସଭାପତି ମଣି ଶଙ୍କର ବାରିକଙ୍କ ତତ୍ୱାବଧାନରେ ଦଳୀୟ କାର୍ଯ୍ୟାଳୟରେ ସଂକଳ୍ପ ଦିବସ ପାଳନ ହୋଇଯାଇଅଛି ।ଏହି ଅବସରରେ ବିଜୁ ଜନତା ଦଳ ମୟୂରଭଞ୍ଜ ଜିଲ୍ଲା(୨) ସଭାପତି ଡ଼. ଦେବାଶିଷ ମାରାର୍ଣ୍ଣି, ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କର, ରାଜ୍ୟ ସମ୍ପାଦକ ଦୀପକ କୁମାର ମଢୁଆଳ, ଜିଲ୍ଲା ସମ୍ପାଦକ ବିଶ୍ଵଜିତ୍ ମହାନ୍ତି, ଛାତ୍ର ସଭାପତି ଚନ୍ଦ୍ରଶେଖର ସାହୁ, ବରିଷ୍ଠ ନେତା ଅଜୟ ମଣ୍ଡଳ, କ୍ଷେତ୍ରମୋହନ ବେହେରା, କୁନୁ ରାମ ସିଂ, ଅନିଲ କୁମାର ସାହୁ, ଯୁବ ନେତା ଅକ୍ଷୟ ସାହୁ,ସତ୍ୟଜିତ ଦତ୍ତ, ମୁକେଶ ବେହେରା,ନାରାୟଣ ବେହେରା, ବଡ ବାବୁ ସି,ରୂପମ ମଣ୍ଡଳ, ଲିପୁ ନାଏକ,ରାଧାକାନ୍ତ ବେରା, ଦିଲୀପ ନାୟକ, ବିଶିକେଶନ ଗିରି ଓ ସ୍ଥାନୀୟ ଅନେକ ଆଗ ଧାଡିର ପ୍ରମୁଖ ନେତୃ ବୃନ୍ଦ ଉପସ୍ଥିତ ଥିଲେ ।ଏହି ଅବସରରେ ମୟୂରଭଞ୍ଜ(୨) ଜିଲ୍ଲା ସଭାପତି ଡ. ଦେବାଶିଷ ମାରାଣ୍ଡି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉପସ୍ଥିତ ନେତୃବୃନ୍ଦ ମଧ୍ୟ ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ଅବସରରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ଶାନ୍ତିର ଆଦର୍ଶକୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
