ଭବାନୀପାଟଣା (କିଶନ ଶର୍ମା) : ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଭାପତି ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୂଖ୍ୟମନ୍ତ୍ରୀଙ୍କୁ ଆବେଦନ ପତ୍ର ପ୍ରଦାନ କରାଯାଇଅଛି । ସଂଘର ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, ଉପସଭାପତି ମନୋଜ କୁମାର ପାଣିଗ୍ରାହୀ ଓ ସୁଧିର କୁମାର ରଥ ଆବେଦନ ପତ୍ର ଉପରେ ଆଲୋକପାତ କରିଥିଲେ ।
ସଭାପତି ଶରତ ନାୟକ ପେନସନର ମାନଙ୍କର ଜରୁରୀ ସମସ୍ୟା ବିଷୟରେ ସୂଚନା ଦେଇ କହିଲେ ଯେ ଅପ୍ରତ୍ୟାଶିତ ଭାବେ ଲୋକସଭାରେ ଭାଲିଡେସନ ଅଫ ପେନସନ ରୁଲ ପାରିତ କରାଇବା ଫଳରେ ଦରମା କମିଶନରଙ୍କ ସୁପାରିଶ କାର୍ଯ୍ୟକାରୀ ହେବା ତାରିଖର ପୂର୍ବ ପେନସରର୍ସଙ୍କ ପେନସର କେଉଁ ତାରିଖରୁ ଓ କିପ୍ରକାର ସଂଶୋଧନ ହେବ ଏହା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଇଚ୍ଛାଧୀନ ହେବ । ଏହି ନିଷ୍ପରି ଅର୍ଥ ବିଲ୍ ୨୦୨୫ ର ଅଂଶ ଭାବରେ ଭାଲିଡେସନ ଅଫ ସେଣ୍ଟ୍ରାଲ ସିଭିଲ୍ ସର୍ଭିସେସ୍ (ପେନସ ରୁଲ୍) ରେ ଗତ ମାର୍ଚ୍ଚ ମାସ ପାର୍ଲାମେଣ୍ଟରେ ପାରିତ ହୋଇଅଛି । ଫଳରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନ୍ୟୁଯାୟୀ ୦୧.୦୧.୨୦୨୬ ରୁ ଅଷ୍ଟମ ବେତନ କମିଶନରଙ୍କ ସୁପାରିଶ୍ କାର୍ଯ୍ୟକାରୀ ହେଲେ ଏହି ତାରିଖ ପରେ ଅବସର ଗ୍ରହଣ କରିବା କର୍ମଚାରୀ ଓ ଶିକ୍ଷକମାନଙ୍କର ପେନସନ ସଂଶୋଧନ କମିଶନରଙ୍କ ସୁପାରିଶ କ୍ରମେ ହେବ, ଅଥଚ ଏହା ପୂର୍ବର ସେବା ନିବୃତ୍ତ ମାନଙ୍କର ପେନସର ସଂଶୋଧନ କେଉଁ ତାରିଖ ରୁ ଓ କେଉଁ ଆକାରରେ ହେବ ତାହା କେନ୍ଦ୍ର ସରକାରଙ୍କ ଇଚ୍ଛା ଉପରେ ନିର୍ଭର କରିବ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସୁପ୍ରିମୋକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ୧୯୮୦ ମସିହାର ଡି.ଏସ୍. ନାକାରା କେସରେ ଅବସର ତାରିଖ ଭିଭିରେ ଭିନ୍ନ ଭିନ୍ନ ପେନସନ ସଂଶୋଧନ ନିୟମ କରିବା ଅସାମ୍ବିଧାନୀକ ବୋଲି ମତ ଦେବା ସହ ପେନସନ ସଂଶୋଧନ ତାରିଖ ପୂର୍ବ ଓ ପର ପେନସନରଙ୍କ ମଧ୍ୟରେ ସମତା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ଅନେକ ମକଦ୍ଦମାରେ ସୁପ୍ରିମୋକୋର୍ଟ ତଥା ଦେଶର ବିଭିନ୍ନ ହାଇକୋର୍ଟ ଏହି ନିଷ୍ପଭି ଭିଭିରେ ଆଦେଶ ଦେଇଛନ୍ତି । ସରକାର ମଧ୍ୟ ସେହି ନିଷ୍ପଭି କାର୍ଯ୍ୟକାରୀ କରିଛନ୍ତି । ଏପରିକି ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଦ୍ଵାରା ସପ୍ତମ ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ବେଳେ ଉକ୍ତ ସମତା ରକ୍ଷା କରାଯାଇଛି । ଉକ୍ତ ଭାଲିଡେସନ ରୁଲ୍ ଦେଶର ଉଚ୍ଚତମ ଅଦାଲତର ଆଦେଶର ଖିଲାଫ କରିବା ସହ ପେନସନ ସଂଶୋଧନରେ ପ୍ରତିଷ୍ଠିତ ଓ ଦୀର୍ଘବର୍ଷର ପ୍ରଚଳିତ ନିୟମର ଉଲଂଘନ କରୁଛି । ଏହା ଫଳରେ ପେନସନ ଅଧିକାର ନହୋଇ ଦୟା ଉପରେ ନିର୍ଭର କରିବ ।
୨୦୨୦ ଜାନୁୟାରୀ ରୁ ହରାଇଥିବା ୩ଟି କିସ୍ତି ମହଙ୍ଗା ଭତ୍ତା, ୫୦ ପ୍ରତିଶତରୁ ଅଧିକ ଟି.ଆଇ. (T.I.) ହେଲେ ପେନସନ ଭାବେ ବିଚାର କରିବା, କେନ୍ଦ୍ର ଓ ଅନ୍ୟାନ୍ୟ ରାଜ୍ୟ ଭଳି ଚିକିତ୍ସା ଭତ୍ତା/ ସୁବିଧା ପାଇବା, ଅତିରିକ୍ତ ପେନସନ ୬୫, ୭୦, ୭୫ ବର୍ଷର ପେନସନର ମାନଙ୍କ ଶିଘ୍ର ମଞ୍ଜୁରି ତଥା କମୁଟେସନ ମୁଲ୍ୟ ୧୦.୮ ମାସକୁ ହ୍ରାସ କରିବା ଇତ୍ୟାଦି ଉପରେ ନିବେଦନ ପତ୍ର ଦିଆଯାଇଥିଲା ।
କାର୍ଯ୍ୟକାରୀ ସଭାପତି ସୁଶ୍ରୀ ସବିତା ପଟ୍ଟନାୟକ, ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଣ୍ଡା, ମଦନ ବରାଡ, ଉମା ଶଙ୍କର ମୁଣ୍ଡ, ଶୁକ୍ଳ ରାଠୋର, ଅଜିଜ୍ ଖାଁ, ଲବକାନ୍ତ ରଣା, ହର ପ୍ରସାଦ ସେଠୀ, ରାଜେନ୍ଦ୍ର ପଟ୍ଟନାୟକ, ଚକ୍ରଧର ଠାକୁର, ଗଙ୍ଗାରାମ ବାଗ, କୁଳମଣୀ ସାହୁ, ରୂପ କିଶୋର ଦଳେଇ, ବିଶି କେସନ ନାୟକ, ଅଶୋକ କୁମାର ଖମାରୀ, ଉମା ର୍ଶକର ରଥ, ଟି. ରାମପକୃଷ୍ଣ, ସବିତା ସତପଥୀ, ଭାଗବତ ପ୍ରସାଦ ମହାପାତ୍ର, ଗଙ୍ଗାଧର ପ୍ରଧାନ, ସିତାକାନ୍ତ ପ୍ରଧାନ, ନରହରି ପଟ୍ଟନାୟକ, ଅଶୋକ ବାବୁ, ବିଚିତ୍ରାନନ୍ଦ ସ୍ୱାଇଁ, ରବିନାରାୟଣ ପରିଡା, ଏ. ଆପା ରାଓ, କୁନୁ ନାଏକ, ରସିକ ମୋହନ ଶତପଥି ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ବହୁମାତ୍ରାରେ ଅଂଶଗ୍ରହଣ କରିଥିଲେ।
