ଭବାନୀପାଟଣା (କିଶନ ଶର୍ମା) : ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ତୃତୀୟ ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି | ଆସନ୍ତା ଜୁଲାଇ ୨୭ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ| ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ଇଛୁକ ଛାତ୍ରଛାତ୍ରୀ ଜୁଲାଇ ୨୫ ସୁଧା ନିଜର ନାମ ପଞ୍ଜିକରଣ କରିପାରିବେ ଓ ଅଧିକ ସୂଚନା ପାଇଁ ୯୪୩୭୪୧୧୬୯୩ ଓ ନାମ ପଞ୍ଜିକରଣ ପାଇଁ ଫୋନ ନମ୍ବର ୯୪୩୭୩୬୩୦୧୧, ୯୪୩୭୨୨୪୪୨୦ ରେ ଯୋଗାଯୋଗ କରିପାରିବେ ବୋଲି ଏକାଡେମୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ ଶିବରାମ ନାୟକ ସୂଚନା ଦେଇଛନ୍ତି | ପ୍ରତିଯୋଗିତା ର ଭାଉଚର ସିନିଅର ନେସନାଲ ଅରବିଟର ରବୀନ୍ଦ୍ର ସାହୁଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ଏକାଡେମୀ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ଘନଶ୍ୟାମ ସାହୁ, ପବିତ୍ର ମହାନନ୍ଦ, ଧନବନ୍ତ ବେମାଲ, ପ୍ରିୟଙ୍କା ମହାରଣା, ତପଶ୍ୱନୀ ଦୁର୍ଗା,ସରିତା ବାଘେଲ,ଦେଵତ୍ତମ ସ୍ୱାଇଁ, ବୃଷବ ଦାସ,ଦୁଲେଶ୍ୱର ଶବର ସେମେତ ଏକାଡେମୀ ର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |
