-ମୟୂରଭଞ୍ଜର ମୌଳିକ ସମସ୍ୟା ସମାଧାନ ଦାବିରେ ଭଞ୍ଜସେନାର ବିଡ଼ିଓ ଙ୍କୁ ସ୍ମାରକପତ୍ର
ମୟୁରଭଞ୍ଜ ;-ମୋରଡା 1/10 ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଭଞ୍ଜସେନାର ମୋରଡା ବ୍ଲକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୋରଡା ବିଡିଓଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାର ଉନ୍ନତି, ଡାକ୍ତର ଓ ବିଶେଷଜ୍ଞ ନିଯୁକ୍ତି ସହ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ହୋଇଛି।
ଏଥିସହ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍ ହ୍ରାସ, ଶିଶୁ ଶ୍ରମ ଓ ବାଲ୍ୟବିବାହ ନିରାକରଣ, କିଶୋରୀଙ୍କ ଉଚ୍ଚଶିକ୍ଷା ଏବଂ ଯୁବପିଢ଼ିଙ୍କ ପାଇଁ ଜିଲ୍ଲାରେ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ସହ ଏକ ସମନ୍ୱିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବାକୁ ଭଞ୍ଜସେନା ପକ୍ଷରୁ ଭଞ୍ଜସେନା ର ଜିଲ୍ଲା ଅଧକ୍ଷ ଶ୍ରୀ ସଂଜୀବ କୁମାର ରାଉତ ଙ୍କ ନେତୃତ୍ୱ ରେ ମୋରଡା ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି,ଦାବିପତ୍ର ପ୍ରଦାନ ସମୟରେ ଭଞ୍ଜସେନା ର ବ୍ଲକ ସଭାପତି ପରିତୋଷ ବାରିକ, ଚିକଟାମାଟିଆ ସରପଞ୍ଚ ବାର୍ଷା ହେମ୍ରମ, ସମିତି ସଭ୍ୟ କାନ୍ଦ୍ରା ହେମ୍ରମ ଗଗନ ମହାନ୍ତ, ସତ୍ୟନାରାୟଣ ବେହେରା, ସିପୁ ବେହେରା, ତାପସ ବେହେରା, ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା,
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କର ରିପୋର୍ଟ ଭଞ୍ଜଦୂତ ଖବର
