ମାଥିଲିରେ ଗ୍ରୋସରୀ ଦୋକାନରେ ଅଚାନକ ଚଢ଼ାଉ
ଦର ତାଲିକା, MRP ଓ ଷ୍ଟକ୍ ଯାଞ୍ଚ; ଅଧିକ ଦର ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ
ମାଥିଲି ନିପ୍ର : ଶ୍ରୀଧର ପାଢ଼ୀ (ଭଞ୍ଜଦୂତ ଖବର) ମାଥିଲି ବ୍ଲକ ସଦର ମହକୁମାର ବିଭିନ୍ନ ଗ୍ରୋସରୀ ଦୋକାନରେ ଜିଲ୍ଲା ସ୍କ୍ୱାଡ୍ ପକ୍ଷରୁ ଅଚାନକ ଚଢ଼ାଉ ଓ ଯାଞ୍ଚ କରାଯାଇଛି। ଗ୍ରାହକଙ୍କଠାରୁ ସାମଗ୍ରୀର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦର ଆଦାୟ ହେଉଛି କି ନାହିଁ, ତାହା ଯାଞ୍ଚ କରିବା ସହ ଦୋକାନଗୁଡ଼ିକର ବିକ୍ରୟ ବ୍ୟବସ୍ଥା ଉପରେ ଯାଞ୍ଚ ଟିମ୍ ନଜର ରଖିଥିଲା।
CSO ଶ୍ରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ACSO ଶ୍ରୀ ଦେବେଧର ଦାରୁଆ, Inspector of Supplies ଶ୍ରୀ ରାଜେଶ ଶବର, Quality Analyst ଶ୍ରୀ ଦୀପ୍ତି ରଞ୍ଜନ ମଲ୍ଲିକ ଏବଂ RCMA/DEO ଶ୍ରୀ ସୁବ୍ରତ ଚକ୍ରବର୍ତ୍ତୀ ଏହି ଯାଞ୍ଚରେ ସାମିଲ ହୋଇଥିଲେ।
ଯାଞ୍ଚ ସମୟରେ ଦୋକାନଗୁଡ଼ିକର ମୂଲ୍ୟ ତାଲିକା, ପ୍ରାଇସ୍ ବୋର୍ଡ, MRP, ଷ୍ଟକ୍ ଏବଂ ସାମଗ୍ରୀର ବିକ୍ରୟ ମୂଲ୍ୟ ଯାଞ୍ଚ କରାଯାଇଥିଲା। ସାମଗ୍ରୀର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦର ନେବା କିମ୍ବା ଅନୁଚିତ ଭାବେ ଦର ବୃଦ୍ଧି ନ କରିବାକୁ ଦୋକାନୀମାନଙ୍କୁ ସଚେତନ କରାଯାଇଥିଲା।
ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ସହ ନ୍ୟାୟସଙ୍ଗତ ମୂଲ୍ୟରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଏହି ଅଚାନକ ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
