ଅଦିନିଆ ବର୍ଷା ଓ ବନ୍ୟା ଦୁର୍ଗତଙ୍କ ପାଇଁ ଦେବଦୂତ ସାଜିଛି ‘ଶିରାପୁର ଯୁବକ ସଂଘ’: ସାଜନପୁର ଓ ସବିରା ପଞ୍ଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ
ସୋର: (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଅଦିନିଆ ବର୍ଷା ଏବଂ କାଂଶବାଂଶ ନଦୀରେ ଆସିଥିବା ବନ୍ୟା ବିପତ୍ତି ଯୋଗୁଁ ସୋର ବ୍ଲକର ବିଭିନ୍ନ ପଞ୍ଚାୟତ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ରହିଛି। ଏପରି ଏକ ଦୁର୍ବିଷହ ପରିସ୍ଥିତିରେ ବନ୍ୟା ଗ୍ରସ୍ତ ଜନସାଧାରଣଙ୍କୁ ସହାୟତା ଯୋଗାଇଦେବା ପାଇଁ ଆଗେଇ ଆସିଛି ‘ଶିରାପୁର ଯୁବକ ସଂଘ’। ମଙ୍ଗଳବାର ଦିନ ସଂଘର ସକ୍ରିୟ ଯୁବ ସଦସ୍ୟ ମାନେ ଏକଜୁଟ୍ ହୋଇ ସାଜନପୁର ପଞ୍ଚାୟତ ଏବଂ ସବିରା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଓ ପାଣି ଘେରରେ ଥିବା ଗ୍ରାମ ଗୁଡ଼ିକରେ ପହଞ୍ଚିଥିଲେ। ସେଠାରେ ଘରଦ୍ୱାର ଓ ବାଟ ଘାଟ ଜଳବନ୍ଦୀ ହୋଇ ରହିଥିବା ଅସହାୟ ଲୋକମାନଙ୍କୁ ସଂଘ ପକ୍ଷରୁ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ଏବଂ ଜରୁରୀ ସାମଗ୍ରୀ ଭାବେ ବଣ୍ଟନ କରାଯାଇଛି। ବନ୍ୟାଜଳ କାରଣରୁ ରୋଷେଇ କରିବା ସମ୍ଭବ ହେଉନଥିବା ବେଳେ ଯୁବକ ସଂଘର ଏହି ମାନବିକତା ପୂର୍ଣ୍ଣ ପଦକ୍ଷେପ ବନ୍ୟାପ୍ରୀଡ଼ିତ ଲୋକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ସ୍ଥାନୀୟ ଅଞ୍ଚଳରେ ଯୁବକମାନଙ୍କ ଏଭଳି ସମାଜସେବାକୁ ସର୍ବତ୍ର ପ୍ରଶଂସା କରାଯାଇଛି।
