ଜାତୀୟ ରାଜପଥର ଦୁର୍ଦ୍ଦଶା ଚିନ୍ତା ଜନକ
ତାଳଚେର ଠାରୁ ବଅଁରପାଳ ପର୍ଯ୍ୟନ୍ତ ଚିନ୍ତା ଜନକ ରୂପ ଧାରଣ କରିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାରେ ଓ ଜୀରା ଜୀର୍ଣ୍ଣ ଅବସ୍ଥା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିଛି । ତାଳଚେର ଶିଳ୍ପା ଞ୍ଚଳରୁ ସରକାର ବିପୁଳ ରାଜସ୍ବ ପାଉଥିବା ବେଳେ ରାଜ ପଥର ଏ ଭଳି ଅବସ୍ଥା କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜାତୀୟ ରାଜପଥର ମରାମତି ଓ ସ୍ଥାୟୀ ଉନ୍ନତି କରାଯାଇ ଲୋକଙ୍କ ଯାତାୟତକୁ ସୁରକ୍ଷିତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
