ଢେଙ୍କାନାଳ ISKCONକୁ ନେଇ ଶିଶୁ ସୁରକ୍ଷା ପ୍ରଶ୍ନ: ଛୋଟ ଛୁଆଙ୍କୁ କାମରେ ଲଗାଯାଉଥିବା ଅଭିଯୋଗ।
ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲାରେ ଥିବା ISKCON କେନ୍ଦ୍ରକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ନାବାଳକ ଛାତ୍ରମାନଙ୍କୁ ବାସନ ମଜାଇବା,କପଡ଼ା ଧୋଇବା,ଘର ପୋଛିବା ଭଳି ବିଭିନ୍ନ କାମ କରାଯାଉଥିବା ନେଇ ଅଭିଯୋଗ ଉଠିଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଛୋଟ ଛୁଆମାନଙ୍କୁ ବ୍ରହ୍ମଚାରୀ ଭାବେ ପ୍ରସ୍ତୁତ କରାଯାଉଛି ଏବଂ ସେମାନଙ୍କ ଦ୍ୱାରା ନିୟମିତ କଠିନ ପରିଶ୍ରମ କରାଯାଉଛି ବୋଲି କୁହାଯାଉଛି। ଏହା ଶିଶୁ ଅଧିକାର ଏବଂ ଶିଶୁ ଶ୍ରମ ନିଷେଧ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗକାରୀମାନେ କହିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟାସତ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ନେଇ ISKCON କର୍ତ୍ତୃପକ୍ଷଙ୍କ ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଏବଂ ଶିଶୁ କଲ୍ୟାଣ କମିଟି (CWC) ନିରପେକ୍ଷ ଭାବେ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ସାଧାରଣରେ ଦାବି ହେଉଛି। ଶିଶୁଙ୍କ ସୁରକ୍ଷା ଓ ଅଧିକାର ସର୍ବୋପରି। ଏହା ଏକ ପ୍ରାଥମିକ ଅଭିଯୋଗ ଉପରେ ଆଧାରିତ ରିପୋର୍ଟ। ପ୍ରଶାସନିକ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
