ସୀମାନ୍ତ ମହାବିଦ୍ୟାଳୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ।
———————
ସାରସକଣା,(୨୮/୯/୨୬)(ନି.ପ୍ର): ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସଭା ଗୃହରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ଅଧ୍ୟକ୍ଷତାରେ “ବେଟି ବଚାଓ ବେଟି ପଢ଼ାଓ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସିଡିପିଓ ସାରସକଣା
ଶ୍ରୀମତୀ ମୌନାବତୀ ପାତ୍ର ସମ୍ମାନିତ ଅତିଥିଭାବେ ଝାରପୋଖରିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମାଳତୀ ସିଂ ଙ୍କ ସହିତ ଡଃ ବରୁଣ କୁମାର ଶତପଥୀ, ଝାର ପୋଖରିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ,ସହକାରୀ ପ୍ରଫେସର ଡଃ ମନୋଜ କୁମାର ନାୟକ ,ସୁପରଭାଇଜର ଦିପ୍ତିମୟୀ ମିଶ୍ର ,ନେହେରୁ ଯୁବ କେନ୍ଦ୍ରର ପାୟଲ ମଣ୍ଡଳ,ଅଭିଷେକ ମହାପାତ୍ର ,ଡଃ ରାମ କିଶୋର ହରିଜନ,କୃଷ୍ଣକେଶବ୍ ଦାସ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ବିଷୟ ବସ୍ତୁ କୈଶୋରା ବସ୍ତାରେ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିସାରର ଆବଶ୍ୟକତା,ସାମାଜିକ ଯୋଗସୂତ୍ର ରକ୍ଷା କରିବାରେ ଯୁବ ନେତୃତ୍ୱର ଆବଶ୍ୟକତା, ସାଇବର ସୁରକ୍ଷା ଏବଂ ଦାୟିତ୍ୱଶୀଳ ଡିଜିଟାଲ ଆଚରଣ ଉପରେ ମଞ୍ଚାସିନ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଞ୍ଜନ କୁମାର ମହାନ୍ତି,ଡଃ ପ୍ରାଚୀ ପ୍ରଭାପଢ଼ିଆରୀ ,ଅଧ୍ୟାପିକା ସ୍ଵପ୍ନେଶ୍ଵରୀ ମୁର୍ମୁ,ଡଃ ସ୍ନିଗ୍ଧା ଆଚାର୍ଯ୍ୟ ,ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁ,ଶ୍ରୀଯୁକ୍ତ ଅଜୟ ପରିଡ଼ା,ଶ୍ରୀଯୁକ୍ତ ବିଶ୍ୱଜିତ୍ ମହାନ୍ତି ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।ଲେଫ୍ଟ ନେଣ୍ଟ ନିହାର ରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
