ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ସମ୍ବଲପୁର ରେଢ଼ାଖୋଲ ତା ୨୭/୯ (ଭଂଜଦୂତ, ଭିକାରି ଚରଣ ପ୍ରଧାନ ଙ୍କ ରିପୋର୍ଟ )ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବଂଶାଜାଲ ଗ୍ରାମ ପଞ୍ଚାୟତ ପ୍ରଶାସନ ତରଫରୁ ମୂଷାକଟା ସାଧୁପାଳ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ l
ଅଦ୍ୟ ତା 27/09/2026 ରିଖ ରବିବାର ଦିନ ସକାଳ 10.00 ଘଟିକା ସମୟରେ ରେଢ଼ାଖୋଲ ବ୍ଲକ ଅଞ୍ଚଳ ର ବଂଶାଜାଲ ଗ୍ରାମ ପଞ୍ଚାୟତ ର ମୂଷାକଟା ଗ୍ରାମ ସାଧୁପାଳ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ସ୍ୱଛତା ତଥା ସଫେଇ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀଯୁକ୍ତ ଲୋକନାଥ ପ୍ରଧାନ ଙ୍କ ତତ୍ୱାବଧାନ ରେ କରାଯାଇଥିଲା l ମନ୍ଦିର ପାର୍ଶ୍ୱ ରେ ଥିବା ଅନାବନା ଘାସ, ଶୁଖିଲା ପତ୍ର, ଅଳିଆ, ଜରି, କାଗଜ ଇତ୍ୟାଦି କୁ ସଫାକରି ସଚେତନତା କରାଯାଇଥିଲା l ବିଶ୍ୱ ପର୍ଯ୍ୟଟନ ରେ ଶୋଭା ପାଉଥିବା ସମସ୍ତ ଜାଗା ଗୁଡିକ କେମିତି ସବୁବେଳେ ସ୍ୱଚ୍ଛ ଏବଂ ପରିମଳ ତଥା ସବୁଜିମା ରେ ପରିପୂର୍ଣ୍ଣ ହେଲେ ଦର୍ଶକ ମାନେ ଆକୃଷ୍ଟ ହୋଇ ଦର୍ଶନ କରିପାରିବେ ଏବଂ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ଆଲୋଚନା କରାଯାଇଥିଲା l ଆଜିର ଏହା ସଫେଇ କାର୍ଯ୍ୟକ୍ରମ ରେ ବଂଶାଜାଲ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ l ସାଧୁପାଳ ମନ୍ଦିର ପରିଚାଳନା କମିଟି ଏବଂ ପୂଜକ ଙ୍କ ସମେତ ଏମ ବି କେ,ସି ଆର ପି,ଏସ ଏଚ ଜି ର ମହିଳା ସଦସ୍ୟା ମାନେ ସମ୍ପୂର୍ଣ ଭାବେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଶ୍ରମଦାନ କରିଥିଲେ l ମାଁ ଶୁଆନୀ ଦେବୀ କଳା ପରିଷଦ, ବଂଶାଜାଲ ର କାର୍ଯ୍ୟକର୍ତ୍ତା ମାନଙ୍କ ସମେତ ପଞ୍ଚାୟତ ର ପିଅନ ଏବଂ ମେଟ ମାନେ ମଧ୍ୟ ଉପସ୍ଥିତ ଥିଲେ l ଶେଷରେ ପଞ୍ଚାୟତ ପି ଇ ଓ ଶ୍ରୀଯୁକ୍ତ ନନ୍ଦଲାଲ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
