ଆଙ୍ଗନ୍ ଉତ୍ସବ ଅନୁଷ୍ଠିତ
୨୭ ତାରିଖ ସୋମବାର ଦିନ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଗଡବାଣିକିଲୋ ଅଙ୍ଗନବାଡି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ
ପରିବାର ସଦସ୍ୟ ମାନଙ୍କ ଦ୍ଵାରା ରେସିପ ପ୍ରସ୍ତୁତ କରାଯାଇଥିଲା। ଏହାସହିତ ବାପା ମାନଙ୍କ ପାଇଁ ସ୍ଥାନୀୟ ଭାବେ ଉପଲବ୍ଧି ଖାଦ୍ୟ ସାମଗ୍ରୀ ବ୍ୟବହାର କରି ରେସିପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲା ମାନଙ୍କର ବାପା ମା ମାନଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟିତ୍ରୀ ଦିପ୍ତିମୟୀ ପରିଡ଼ା ,ସ୍ବର୍ଣ୍ଣପ୍ରଭା ପରିଡ଼ା ଏବଂ ସ୍ବୟଂ ସହାୟକ ଗୋଷ୍ଠୀର CRP ରହିମା ଆରା ବେଗମ, ସ୍ଥାନୀୟ ସମ୍ବାଦ ଦାତା ଦିଲିପ ପରିଡ଼ା ଆଜାଦ୍ ଖାଁ ଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରର ସହାୟିକା ଉପସ୍ଥିତ ଥିଲେ।
ସ୍କୁଲ୍ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିପାଇଁ
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
