*ଖଡ଼ିଆଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ: ସାମିଲ ହେଲେ ପୂର୍ବତନ ବିଧାୟକ ଓ ଶତାଧିକ କର୍ମୀ*
ନୂଆପଡ଼ା (ମିଖାଏଲ ନନ୍ଦ),
୨୭ ସେପ୍ଟେମ୍ବର:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରସ୍ଥିତ ଶ୍ରୀଜି ମଣ୍ଡପ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଅନୁଷ୍ଠିତ ହୋଇଯାଇଛି।
ମଣ୍ଡଳ ସଭାପତି ଜୟରାମ କୈବର୍ତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଖଡ଼ିଆଳ ଏନ୍.ଏ.ସି. ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଏବଂ ଖଡ଼ିଆଳ ରାଜା ସାହେବ୍ ଦେବ ଦେବ ସିଂହ ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ତଥା ସ୍ଥାନୀୟ ଲୋକେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଶୁଣିଥିଲେ। ରାଷ୍ଟ୍ର ନିର୍ମାଣ, ସ୍ୱଚ୍ଛତା ଓ ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ରଖିଥିବା ମାର୍ଗଦର୍ଶନ ଉପସ୍ଥିତ ସମସ୍ତ କର୍ମୀ ଓ ଜନସାଧାରଣଙ୍କୁ ବେଶ୍ ଅନୁପ୍ରାଣିତ କରିଥିଲା
