ଭିଜିଲାନ୍ସ ଜାଲରେ ପଡ଼ିଲେ ଯାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ
ରିପୋର୍ଟ _ନିରୋଜ କୁମାର ସେଠୀ
ଯାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର କନିଷ୍ଠ ରାଜସ୍ବ ସହାୟକ ପ୍ରସନ୍ନ କୁମାର ସାହାଣୀ ଜଣେ ଆବେଦନ କାରି ଙ୍କ ଠାରୁ କାର୍ଯ୍ୟ କରିଦେବ ବୋଲି କହି ୪୦,୦୦୦ ଟଙ୍କା ଲାଞ୍ଚ ନେଉ ଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ସୋଇଛନ୍ତି। (ସାଧାରଣ/ଏସି) ଵର୍ଗର ଜମି ମାଲିକଙ୍କ ଠାରୁ ୧୬ ଡିସିମିଲ ଜମି କିଣାବା ପାଇଁ ଆବଶ୍ୟକୀୟ ସରକାରୀ କାଗଜ ପତ୍ର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସେ ଲାଞ୍ଜ ଦାବି କରିଥିଲେ।
ସରକାରୀ ନିୟମ ଅନୁସାରେ SC/ST ବାର ବ୍ୟକ୍ତିଙ୍କଠାରୁ ଜମି କିଣିବା ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ନିହାତି ଅପରିହାର୍ଯ୍ୟ।ଏଥି ପାଇଁ ଆବେଦନକାରୀ ଗତ ବର୍ଷ ୨୯/୧୧/୨୦୨୫ ରେ ନିଜ ମା,ଙ୍କ ନାମରେ ଜମି କିଣିବା ପାଇଁ ଯାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଆବେଦନ କରିଥିଲେ। କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସାହାଣୀ କୋୖଣସି କାରଣ ନଥାଇ ଏହି ଫାଇଲଟିକୁ ବହୁ ଦିନ ଧରି ଅଟକାଇ ରଖିଥିଲେ। ଆବେଦନକାରୀଙ୍କ ବାରମ୍ବାର ସତ୍ତ୍ଵେ ଶ୍ରୀ ସାହାଣୀ ଡିସିମିଲ ପିଛା୩.୦୦୦ ଟଙ୍କା ହିସାବରେ ମୋଟ ୪୮.୦୦୦ ଟଙ୍କା ଦାବି କରିଥିଲେ। ଆବେଦନ କାରୀ ଏତେ ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ।ସେ ଲାଞ୍ଚ ଟଙ୍କାରୁ ୪୮.୦୦୦ ଟଙ୍କା ରୁ ୮.୦୦୦ଟଙ୍କା ବାଦ ଦେଇ ୪୦.୦୦୦ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ି ବସି ଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୁର୍ଣ୍ଣ ଟଙ୍କା ଜବତ କରାଯାଇଛି। ଗିରଫ ପରେ ଶ୍ରୀ ସାହାଣୀ ବିରୁଦ୍ଧରେ ଆୟବର୍ହିଭୂତ ସମ୍ପତ୍ତି (DA) ଠାବ କରିବା ନିମନ୍ତେ ତାଙ୍କର ଦୁଇଟି ସ୍ଥାନରେ ଏକ ସଙ୍ଗରେ ଚଢ଼ାଉ ଜାରି ରହିଛି।
