Slug – ପାର୍ସଲ ବୋଝେଇ ଟ୍ରକ କୁ ପଛରୁ ଧକ୍କା ଦେଇ ନୟନଯୋରି ଓଲଟି ପଡିଲା କଣ୍ଟେନର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଠାରେ ଏକ ବଡ଼ଧରଣର ଦୁର୍ଘଟଣା ଟଳି ଯାଇଛି। କୋଲକାତାରୁ କୋଏମ୍ବାଟୁର ଅଭିମୁଖେ ଯାଉଥିବା ଟି ଏନ୍ ୩୮ ସି ଏକ୍ସ ୭୬୯୦ ନମ୍ବର ବିଶିଷ୍ଟ ଏକ ପୋଷାକ ବୋଝେଇ କଣ୍ଟେନର ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି। ଧକ୍କା ଦେବା ଫଳରେ ଟ୍ରକର ପଛପଟ ଏବଂ ଡାହାଣ ପାଶ୍ୱ କ୍ଷତି ହୋଇଛି। ସୂଚନା ଯୋଗ୍ୟ, ଲୁଧିଆନାରୁ ପାର୍ସଲ ବୋଝେଇ କରି କଟକ ଅଭିମୁଖେ ଯାଉଥିବା ପିବି ୦୮ ଏଫ ଏମ୍ ୨୨୭୭ ନମ୍ବର ବିଶିଷ୍ଟ ଟ୍ରକଟି ୧୬ ନଂ ଜାତୀୟ ରାଜପଥର ବାଲେଶ୍ୱର-ଭଦ୍ରକ ରାସ୍ତାର ତଳନଗର ନିକଟରେ ବାମ ପାର୍ଶ୍ୱ ଲେନ୍ରେ ଛିଡ଼ା ହୋଇଥିଲା। ସେହି ସମୟରେ ପଛରୁ ଆସୁଥିବା ଦ୍ରୁତଗାମୀ କଣ୍ଟେନରଟି ଟ୍ରକର ପଛ ଭାଗର ଡାହାଣ ପାର୍ଶ୍ୱରେ ଜୋରରେ ଧକ୍କା ଦେଇଥିଲା। ଡ୍ରାଇଭର ଙ୍କ ଆଖି ଲାଗି ଯିବାରୁ ଏପରି ଘଟିଛି ବୋଲି ଡ୍ରାଇଭର ଙ୍କ ନିକଟରୁ ସୂଚନା ମିଳିଛି। ଏହି ଧକ୍କା ଫଳରେ ଟ୍ରକଟିର ପଛ ଅଂଶ ଏବଂ ଡାହାଣ ପାଶ୍ୱ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କଣ୍ଟେନର ଟି ରାସ୍ତା ପାର୍ଶ୍ବ ନୟନଯୋରି କୁ ଖସି ପଡିଥିଲା। ତେବେ ଆଶ୍ୱସ୍ତିକର ବିଷୟ ଏ ଯେ, ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକ ଏବଂ ସହଯୋଗୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କାହାରି କୌଣସି ପ୍ରକାର ଶାରୀରିକ ଆଘାତ କିମ୍ବା ଜୀବନ ହାନି ହୋଇନାହିଁ। ଏହାଛଡ଼ା ଦୁର୍ଘଟଣା ସ୍ଥଳରେ ରାସ୍ତାରେ କୌଣସି ପ୍ରକାର ଟ୍ରାଫିକ୍ ଜାମ୍ କିମ୍ବା ଯାତାୟାତ ସମସ୍ୟା ସୃଷ୍ଟି ହୋଇନଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଏ ଏସ ଆଇ ପ୍ରଦୀପ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସୋର ପୋଲିସ କୁ ଖବର ଦେଇଥିଲେ। ପରେ ସୋର ଥାନା ଏସ ଆଇ ପ୍ରିତିଜିତି ମହାନ୍ତି ଏବଂ ପାଲମଣି ସୋରେନ ଙ୍କୁ ଏହି କେସ ହସ୍ତାନ୍ତର କରାଯାଇଛି।
