*ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନୁଷ୍ଠିତ ହୋଇଯାଇଛି l*
ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ତା.୨୪.୦୯.୨୬- ଆଜି ପୂର୍ବାହ୍ନରେ ୧୧ ଘଟିକା ସମୟରେ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନୁଷ୍ଠିତ ହୋଇ ଯାଇଛି। ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପରେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୋଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ଜତୀନ୍ଦ୍ର ପ୍ରସାଦ କର ସଭା ସଂଯୋଜନା କରି କରିଥିଲେ।ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜନସେବା, ସ୍ୱଚ୍ଛତା ଏବଂ ସାମାଜିକ ବିକାଶ।ଏହି ଅଭିଯାନ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରିବାରେ ବିଶେଷ ସହାୟକ ହେଉଛି ବୋଲି ସେ ମତବ୍ୟକ୍ତ କରିଥିଲେ।ଢ଼େଙ୍କାନାଳ ଜିଲ୍ଲାର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳମୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ ସୌମ୍ୟାଶ୍ରୀ ପଣ୍ଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ୱାଗତ ଭାଷଣରେ ଜିଲ୍ଲାରେ ବିଦ୍ୟାଳୟ,କ୍ଳଷ୍ଟର୍, ବ୍ଲକ ଓ ଜିଲ୍ଲା ସ୍ତରରେ ବିଭିନ୍ନ ବର୍ଗର ପିଲାମାନଙ୍କ ମଧ୍ୟରେ ବତ୍କୃତା,ଚିତ୍ରକଳା ଆଦି ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଉନ୍ମୋଚ଼ିତ କରାଯାଉଛି ବୋଲି କହିଥିଲେ।
ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ,ସମଗ୍ର ଶିକ୍ଷା, ଶ୍ରୀ ପରେଶ ଚନ୍ଦ୍ର ପାତ୍ର ସେବା ପାଇଁ ଚେଷ୍ଟା କଲେ ନିଷ୍ଠା ରହେ।ନିଷ୍ଠା ଆସିଲେ ପ୍ରତିଷ୍ଠା ମିଳେ ବୋଲି ପ୍ରକାଶ କରିଥିଲେ।ମଞ୍ଚାସୀନ ଅତିଥି ବୃନ୍ଦ ବିଭିନ୍ନ ବିଭାଗରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଅଧ୍ୟାପକ ଦେବୀ ପ୍ରସାଦ ପ୍ରଧାନ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର , ପ୍ରଧାନ ଶିକ୍ଷକ ବିକ୍ରମ ସେଠୀ ଓ କଳା ଶିକ୍ଷକ ସୌରଭ ରାୟଙ୍କ ସମେତ ସମସ୍ତ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହ ଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ଦିନରେ ଭୁବନେଶ୍ଵରରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।
