ଜଟାଧାରୀ ଆଶ୍ରମର ୭୨ ତମ ପ୍ରତିଷ୍ଠା ଦିବସ ଓ ସୁନିଆ ପର୍ବ ପାଳିତ
ମାହାଙ୍ଗା,୨୪/୯
(ରିପୋଟ ଜୀବନ ଜ୍ୟୋତି ରଣା )
ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମର ପୁଣ୍ୟତୋୟା ବିରୂପା ନଦୀ କୂଳରେ ପୁରାଣ ପ୍ରସିଦ୍ଧ ଠାକୁର ଆତ୍ମାରାମ ଦେବଙ୍କ ଦ୍ଵାରା ପ୍ରତିଷ୍ଠିତ ଜଟାଧାରୀ ଆଶ୍ରମର ୭୨ ତମ ପ୍ରତିଷ୍ଠା ଉତ୍ସବ ଓ ସୁନିଆ ପର୍ବ ଆଜି ଦିବସ ବ୍ୟାପୀ ଆଶ୍ରମ ପରିସରରେ ପାଳିତ ହୋଇଯାଇଛି।
ଆଶ୍ରମର ଅଧ୍ୟକ୍ଷ ମହନ୍ତ ରାମପ୍ରସାଦ ଦାସଙ୍କ ପୌରହିତ୍ୟରେ ସମସ୍ତ ପ୍ରକାର ପୂଜାବିଧି ଅନୁଷ୍ଠିତ ହୋଇଥିଲା।
ଜ୍ୟୋତିଷ ବିଶ୍ଵନାଥ ନାୟକ ନୂତନ ଅଙ୍କ ପ୍ରଚଳିତ କରିବା ପରେ ପରେ ଆଶ୍ରମର ବେଦ ବିଦ୍ୟାର୍ଥିମାନେ ବେଦ ପାଠ କରିଥିଲେ ଓ ଆତ୍ମାରାମ
ଦେବଙ୍କ ଦ୍ଵାରା ରଚିତ ଭଜନ ଓ ଜଣାଣ ପରିବେଷଣ କରିଥିଲେ।
ଏହି ଉତ୍ସବରେ ନିତ୍ୟାନନ୍ଦପୁର ଶାଖା ଆଶ୍ରମ , ଭୁବନେଶ୍ୱର ଶାଖା ଆଶ୍ରମ ସହ ଅନ୍ୟ ଶାଖା ଆଶ୍ରମର ଭକ୍ତଗଣ ଓ ବିଭିନ୍ନ ମଣ୍ଡଳର ପ୍ରତିନିଧିମାନେ ସମବେତ ହୋଇଥିଲେ।
ଆଶ୍ରମର ପରିଚାଳକ ଅଶୋକ କୁମାର ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଯଚିନ୍ଦ୍ର ମହାନ୍ତି , ଆଶ୍ରମ ମୁଖପତ୍ର ‘ବିରୂପାତୀର୍ଥ’ର ସମ୍ପାଦକ ବିଶ୍ୱେଶ୍ୱର୍ ମହାନ୍ତି, ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା, ନିକୁଞ୍ଜ ସ୍ୱାଇଁ, ଶଶିଭୂଷଣ ତିୱାରୀ, ପ୍ରଦୀପ୍ତ ଓଝା, ଧନେଶ୍ଵର ପ୍ରଧାନ, ଭିମଚରଣ ବିଶ୍ଵାଳ, ନିମାଇଁ ଚରଣ ପ୍ରଧାନ, ଗୋବର୍ଦ୍ଧନ ବିଶ୍ଵାଳ, ଉମାକାନ୍ତ ସାମଲ, ଉତ୍କଳ କେଶରୀ ମହାରଣା ପ୍ରମୁଖ ଯୋଗଦେଇ ପୂର୍ଣ୍ଣ ସହଯୋଗ କରିଥିଲେ।
