*ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ପ୍ରତିଭା ପ୍ରଦର୍ଶନର ସୁଯୋଗ*
ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ତା. ୨୨.୦୯.୨୦୨୬: ଯୁବପିଢ଼ିଙ୍କ ସୃଜନଶୀଳତା, ନବସୃଜନ ଓ ଦେଶ ଗଠନରେ ଅବଦାନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ My Bharat ପକ୍ଷରୁ Viksit Bharat Young Leaders Dialogue (VBYLD)-2027 ଆୟୋଜନ କରାଯାଉଛି।ଏହି କାର୍ଯ୍ୟକ୍ରମର Viksit Bharat Challenge Track ଅଧୀନରେ ଜାତୀୟ ସ୍ତରୀୟ ଅନଲାଇନ Viksit Bharat Quiz ଆୟୋଜିତ ହେଉଛି। ୧୫ରୁ ୨୯ ବର୍ଷ ବୟସର ଯୁବକ-ଯୁବତୀମାନେ My Bharat Portal ମାଧ୍ୟମରେ ବ୍ୟକ୍ତିଗତ ଭାବେ ଏଥିରେ ଅଂଶଗ୍ରହଣ କରିପାରିବେ। କୁଇଜ୍ଟି ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। କୁଇଜ୍ରେ ଚୟନିତ ପ୍ରତିଯୋଗୀମାନେ ପରବର୍ତ୍ତୀ Viksit Bharat Essay Challengeରେ ଅଂଶଗ୍ରହଣ କରିବେ। ଏଥିରୁ ଜିଲ୍ଲାସ୍ତରରେ ଶ୍ରେଷ୍ଠ ୫୦ଟି ନିବନ୍ଧ ଚୟନ କରାଯାଇ PPT ପ୍ରସ୍ତୁତି ପର୍ଯ୍ୟାୟ ଆୟୋଜନ କରାଯିବ। ଜିଲ୍ଲାରୁ ଶ୍ରେଷ୍ଠ ୨ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପର୍ଯ୍ୟାୟକୁ ଯିବେ। ରାଜ୍ୟସ୍ତରରେ ଚୟନିତ ପ୍ରତିଭାମାନେ ଜାତୀୟସ୍ତରରେ ନୂଆଦିଲ୍ଲୀଠାରେ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମୁଖରେ ନିଜ ଚିନ୍ତାଧାରା ଉପସ୍ଥାପନର ସୁଯୋଗ ପାଇବେ।VBYLD-2027 କେବଳ କୁଇଜ୍ରେ ସୀମିତ ନୁହେଁ। ଏଥିରେ Viksit Bharat Challenge Track, Cultural Track, Design for Bharat, Hack for Social Cause, Youth Entrepreneurs Challenge ଓ Youth Parliament ଭଳି ୬ଟି ଟ୍ରାକ୍ ରହିଛି। ଜିଲ୍ଲାର ଅଧିକରୁ ଅଧିକ ଯୁବକ-ଯୁବତୀଙ୍କୁ ଏହି ଜାତୀୟ ଯୁବ ମଞ୍ଚରେ ଅଂଶଗ୍ରହଣ କରି ନିଜ ପ୍ରତିଭା ଓ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଅନୁରୋଧ କରାଯାଉଛି। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରାଯାଉଛି। ଅଂଶଗ୍ରହଣ ପାଇଁ: My Bharat Portal – https://mybharat.gov.in/vbyld-2027
