ସାଇ ଆଇଟିଆଇ ତରଫରୁ ବିଶ୍ୱକର୍ମା ମେଢ଼ ବିସର୍ଜନ
ବେଲଗୁଣ୍ଠା,୨୧/୦୯,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ସାଇ ଆଇଟିଆଇ ପକ୍ଷରୁ ଧୁମଧାମରେ ପାଳିତ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପରେ ମେଢ଼ ବିସର୍ଜନ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ମଧୁସୂଦନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବିସର୍ଜନ ଶୋଭାଯାତ୍ରାରେ ଆଇଟିଆଇର ଛାତ୍ରଛାତ୍ରୀ, କର୍ମଚାରୀ ଓ ଶୁଭେଚ୍ଛୁମାନେ ସାମିଲ ହୋଇଥିଲେ। ସାଇ ଆଇଟିଆଇ ପରିସରରୁ ବିଶ୍ୱକର୍ମାଙ୍କ ମେଢ଼ ବାହାରି କୋଳି ସାହି, ପେଣ୍ଠ ସାହି, ବାଙ୍କ ବଜାର ଓ ହାଟପଦା ଦେଇ ରମୁଣିପାଟଣା ପୋଖରୀରେ ପହଞ୍ଚିଥିଲା। ପାରମ୍ପରିକ ବାଦ୍ୟବାଜଣା ଓ ଭକ୍ତିମୟ ପରିବେଶ ମଧ୍ୟରେ ଶୋଭାଯାତ୍ରା ପରିକ୍ରମା କରିବା ପରେ ରମୁଣିପାଟଣା ପୋଖରୀରେ ବିଧିବିଧାନ ଅନୁସାରେ ମେଢ଼ ବିସର୍ଜନ କରାଯାଇଥିଲା। ବିସର୍ଜନ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ବେହେରା, ବ୍ରଜକିଶୋର ମହାରଣା, ଦିଲ୍ଲୀପ ବାଡ଼ତ୍ୟା, ବୁଲୁ ଲେଙ୍କା, ଉପେନ୍ଦ୍ର ଭଞ୍ଜ ପତି, ସରୋଜ କୁମାର ପ୍ରଧାନ, ସମୀର ପ୍ରଧାନ, ରାଜକୁମାର ସାମନ୍ତରାୟ ଓ ଗୋପାଳ ପୋଲାଇଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ। ଶାନ୍ତି ଓ ଶୃଙ୍ଖଳାର ସହ ବିସର୍ଜନ ଉତ୍ସବ ସମାପ୍ତ ହୋଇଥିଲା।
