ଚିତ୍ରକୁଟ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନାରେ ଦୀପ ପ୍ରଜ୍ଜ୍ୱଳନ
ତାଳଚେର:(ମନୋଜ ରାଉତ)(ନିପ୍ର): ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ଚିତ୍ରକୁଟ ମନ୍ଦିର ପରିସରରେ ପ୍ରଭୁ ମହାଦେବଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳମୟ ଜୀବନ କାମନା କରି ପ୍ରାର୍ଥନା କରାଯାଇଛି।
ଏହି ଅବସରରେ ଚିତ୍ରକୁଟ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ଦୀପ ପ୍ରଜ୍ଜ୍ୱଳନ ସହ ପ୍ରଭୁ ମହାଦେବଙ୍କ ନିକଟରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସୁସ୍ଥତା, ଦୀର୍ଘ ଜୀବନ ଏବଂ ଦେଶର ମଙ୍ଗଳ ପାଇଁ ଉପସ୍ଥିତ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବିଜେପି କାଉନସିଲର ସ୍ୱାଧୀନ ଥମ୍ବ, ତାଳଚେର ନଗରପାଳ ଶ୍ରୀ ପବିତ୍ର ଭୁତିଆ, ଉପସଭାପତି ଶ୍ରୀ ମନୋଜ ପ୍ରଧାନ, ପୌର ମଣ୍ଡଳ ସଭାପତି ଶ୍ରୀ ରାଜେଶ ଦଳେଇ ଏବଂ ଉପନଗରପାଳ ଶ୍ରୀମତୀ ଅନିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ସେମାନଙ୍କ ସହ ବିଜେପିର ବିଭିନ୍ନ ପଦାଧିକାରୀ, ନେତୃମଣ୍ଡଳୀ, ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଯୋଗଦେଇଥିଲେ। ସମସ୍ତେ ଏକାଠି ହୋଇ ପ୍ରଭୁ ମହାଦେବଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ କାମନା କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତାମାନେ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ସମଗ୍ର ଦେଶବାସୀଙ୍କ ଉପରେ ରହୁ ଏବଂ ଦେଶରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ବଜାୟ ରହୁ ବୋଲି ପ୍ରାର୍ଥନା କରିଥିଲେ।
ଦୀପ ପ୍ରଜ୍ଜ୍ୱଳନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିବା ବେଳେ ଏଥିରେ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହିଥିଲେ।
