ସାରସକଣା/ଝାରାପୋଖରିଆ (ଅଜୟ କୁମାର ମଣ୍ଡଳ) : ଜୁଲାଇ ୧୪ ତାରିଖ ସୁଦ୍ଧା ସରକାର ଦାବୀ ପୂରଣ ଦିଗରେ କିଛି ପଦକ୍ଷେପ ନିଆ ନ ଗଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିବ ବୋଲି ଓଡ଼ିଶା ରାଜସ୍ବ ଅମଲା ସଂଘର ଜିଲ୍ଲା ସଭାପତି ଅସିତ କୁମାର ମହାକୁଡ ସୂଚନା ଦେଇଛନ୍ତି।ରାଜ୍ୟ ସଂଘର ଆହ୍ଵାନ କ୍ରମେ ୧୦ ଦଫା ଦାବି ନେଇ କଳା ବ୍ୟାଜ୍ ପିନ୍ଧି ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ପ୍ରତିବାଦ ଚଳାଇଛନ୍ତି।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଉପଖଣ୍ଡରେ ସମସ୍ତ କାର୍ଯ୍ୟାଳୟରେ ଜିଲ୍ଲା ଶାଖା ପକ୍ଷରୁ ଅଧକ୍ଷ କପିଳାସ ବେହେରାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୌଠକ ହୋଇଥିଲା।ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ଓଡ଼ିଶା ରାଜସ୍ବ ଅମଲା ସଂଘର ଦାବି ପୁରଣ କରୁନାହାନ୍ତି।କିଛିଦିନ ପୂର୍ବେ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ହେମକାନ୍ତ ସଏଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।ଯାହାକୁ ନେଇ ରଜ୍ୟସ୍ଵ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓ ଆର୍ ଏସ ପି ୨୦୧୭ ନିୟମ ଅନୁଯାୟୀ ଲେବେଲ ୯ କୁ ବୃଦ୍ଧି ,ତଥ୍ୟ ଆଧାର କରି ନୂତନ ପଦ ସୃଷ୍ଟି କରିବା ଓ ପଦ ପୁନଃଗଠନ,କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା,ପୁନଃ ଥଇଥାନ ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି,ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ,ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଆଦି ଦାବୀ ରହିଛି।
