ଦୋକାନୀ ବିଜୟ କୁମାର ସେନାପତିଙ୍କ ଦେହାନ୍ତ ରେ ମୋରଡା ବଣିକ ସଙ୍ଘ ର ଶ୍ରଦ୍ଧାଞ୍ଜଳି ସଭା ମୟୂରଭଞ୍ଜ
ମୋରଡା 15/9 ମୋରଡା ର ଜଣେ ପୁରୁଣା ଦୋକାନୀ ଦେହାନ୍ତ ପାଇଁ ତାଙ୍କ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ ମୋରଡା ବଣିକ ସଙ୍ଘ ପକ୍ଷରୁ ମୋରଡା ଦୋକାନ ବଜାର ବନ୍ଦ ସହିତ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି, ସୂଚନା ରୁ ପ୍ରକାଶ ଯେ ମୋରଡା ବଜାର ଜଣେ ସର୍ବପୁରାତନ ଦୋକାନୀ ବିଜୟ କୁମାର ସେନାପତି (ଶଙ୍କର ଭାଇ ) 62 ସୋମବାର ପୂର୍ବାହ୍ନ 6,30 ମିନିଟ ସମୟରେ ଦେହାନ୍ତ ହୋଇଯାଇଛି,ସେ ଦୀର୍ଘଦିନ କୀଡୀନି ଜନିତ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ, ତାଙ୍କ ମୃତ୍ୟୁ ତ ଖବର ପ୍ରଚାରିତ ହେବା ପରେ ମୋରଡା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ,ତାଙ୍କ ଆକସ୍ମିକ ମୃତ୍ୟୁ ରେ ଖବର ପାଇ ମୋରଡା ବଣିକ ସଙ୍ଘ ର ସଭାପତି ସୌରଭ ରଞ୍ଜନ ମହାନ୍ତି ଶୋକ ପ୍ରକାଶ କରିବା ସହ ଆଜି ସକାଳ ଦିନ 11 ଟା ଯାଏ ମୋରଡା ର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ସମସ୍ତ ଦୋକାନୀ କୁ ନିବେଦନ କରିଥିଲେ ଓ ତାଙ୍କ ଅମର ଆତ୍ମା ସତଗତି କାମନା କରି ମୋରଡା ତାରିଣୀ ମନ୍ଦିର ନିକଟରେ ଶୋକ ସଭା ଆୟୋଜନ କରାଯାଇଥିଲା. ଏହି ଶୋକ ସଭା ରେ ମୋରଡା ର ସମସ୍ତ ଦୋକାନୀ ଯୋଗ ଦାନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ, ସେ ଜଣେ ମୋରଡା ର ସର୍ବ ପୁରାତନ ଦୋକାନୀ ସହିତ ସହିତ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭା ରେ ସଭାପତି ସୌରଭ ମହାନ୍ତି, ସମ୍ପାଦକ ସୁଧୀର କୁମାର ରାଜ, ସହିତ ନଟବର ବେହେରା, ଅଜୟ କୁମାର ସେନାପତି, କାଳିଆ ସାହୁ, କାଳିଚରଣ ତରେଇ ଅରୁଣ କଲିଆ, ନିଶାକର ବିନ୍ଧାଣି ଯୋଗ ଦେଇ ତାଙ୍କ ଅମର ଆତ୍ମା ର ସତଗତି କାମନା କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ.
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
