ଜାତୀୟ ଇଞ୍ଜିନିୟର ଦିବସରେ ବୃକ୍ଷରୋପଣ ଓ ଇଞ୍ଜିନିୟରମାନଙ୍କୁ ସମ୍ମାନ.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାଉରକେଲା: ଜାତୀୟ ଇଞ୍ଜିନିୟର ଦିବସ ଅବସରରେ ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ଦିବସଟି ପାଳନ କରାଯାଇଛି। ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କ୍ଲବର ଇଞ୍ଜିନିୟର ସଦସ୍ୟମାନେ ବୃକ୍ଷରୋପଣ କରିଥିଲେ।
ଏହି ଅବସରରେ କ୍ଲବର ଉତ୍ସର୍ଗୀକୃତ ଇଞ୍ଜିନିୟର ସଦସ୍ୟମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା, ବୈଷୟିକ ଦକ୍ଷତା ଓ ନେତୃତ୍ୱ ପାଇଁ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଯୋଗଦେଇ ମୂଲ୍ୟବାନ ସମୟ ଓ ସହଯୋଗ ପ୍ରଦାନ କରିଥିବା ସମସ୍ତ ଇଞ୍ଜିନିୟର ଓ କ୍ଲବ ସଦସ୍ୟଙ୍କୁ ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଛି।
