ସ୍ମଶାନ ସୁରକ୍ଷା ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା / ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣା ପଡା ସ୍ମଶାନ ଠାରେ ସ୍ମଶାନ ସୁରକ୍ଷା ସମିତି,ପୁରୁଣା ପଡା ପକ୍ଷରୁ 25 ତମ ସପ୍ତାହ ତଥା ରୌପ୍ୟ ସପ୍ତାହ ସଫେଇ କାର୍ଯ୍ୟକ୍ରମ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସମିତି ସଭାପତି ଇଂ ନିରଞ୍ଜନ ପ୍ରଧାନ ଙ୍କ ଅଧକ୍ଷତାର ଅନୁଷ୍ଠିତ ଏହି ଉତ୍ସବ ରେ କଳାହାଣ୍ଡି ଉତ୍ତର ବନଖଣ୍ଡ ସହକାରୀ ବନ ସରଂକ୍ଷକ ଶ୍ରୀମତୀ ଲିଲି ଅମାନତ୍ୟ ମୁଖ୍ୟ ଅତିଥି, ପୁରୁଣା ପଡା ମନ୍ଦିର ସମୂହ ସଭାପତି ଇନ୍ଦ୍ରଜିତ ମହାଖୁଡ଼ ମୁଖ୍ୟବକ୍ତା, ପରିବେଶ ତଥା ପ୍ରକୁତିବନ୍ଧୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁରସ୍କୃତ ପ୍ରାପ୍ତ ଶିକ୍ଷାବିତ ରବୀନ୍ଦ୍ର ପଟନାୟକ, କାଉନସିଲର ମହେନ୍ଦ୍ର ରାଉତ, ରଂଯୁକ୍ତା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ସମିତି ର 25 ତମ ସପ୍ତାହ ର ସଫେଇ କାର୍ଯ୍ୟକ୍ରମ ସହ ପରିସରରେ କାଠ ମହଜୁଦ ରଖିବା ବିଭିନ୍ନ ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ବିଭିନ୍ନ ଉପକରଣ ପ୍ରଦାନ ସହ ଶାରୀରିକ ପରିଶ୍ରମ କରି ସୁରକ୍ଷିତ ଦେଇଥିବାରୁ ସମିତି କୁ ପ୍ରଶଂସା କରିଥିଲେ. ଜୁଲାଇ 5 ତାରିଖ ରେ ବନ ମହୋତ୍ସବ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରବଳ ବର୍ଷା ସତ୍ୱେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତ ରେ ହୋଇଥିବା ଉତ୍ସବ ଭଳି ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମସ୍ତ ଙ୍କୁ ଉତ୍ସାହିତ କରିଥିଲା. ସ୍ମଶାନ ପ୍ରତି ବଦାନ୍ୟତା କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା ସନ୍ତୋଷ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କମ୍ଭୁ ପାଣି ପରିଛା ବିବରଣୀ ପଠନ କରିଥିଲେ. ଲକ୍ଷ୍ମୀ କାନ୍ତ ପଣ୍ଡା ମଞ୍ଚ ପରିଚାଳନା, ଦୁଃଖିଶ୍ୟାମ ପ୍ରଧାନ ସମସ୍ତ କାର୍ଯ୍ୟ ସଂଚାଳନ କରିଥିଲେ. ସମିତି ର ସମସ୍ତ ସଦସ୍ୟ, ଭୋଇଗୁଡ଼ା ସିଭିଲ ସୋସାଇଟି ସହଯୋଗ କରିଥିଲେ. ସୀତାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ.
