*ସ୍ମାଇଲ ଫାଉଣ୍ଡେସନ ତରଫରୁ ଗଣେଶ ପୂଜା ପାଳିତ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଢ଼େଙ୍କାନାଳ ୧୪/୦୯: ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ପୂଜା ଅବସରରେ ସ୍ମାଇଲ ଫାଉଣ୍ଡେସନ ତରଫରୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ଗଣେଶ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ସୁସଜ୍ଜିତ ପୂଜା ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି କରାଯାଇଥିଲା।
ପୂଜାରେ ସ୍ମାଇଲ ଫାଉଣ୍ଡେସନର ସଭାପତି ଶାନ୍ତିଲତା ବେହେରା ସମ୍ପାଦକ ଏକାଦଶୀ ବେହେରା କୋଷ ଦକ୍ଷ ମାଳବିକା ବେହେରା କର୍ତ୍ତା ପ୍ରହ୍ଲାଦ ସାହୁ ଓ ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗଦେଇ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିଥିଲେ। ପୂଜା ପରେ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା।ଏହି ଅବସରରେ ଫାଉଣ୍ଡେସନର କର୍ମକର୍ତ୍ତାମାନେ କହିଥିଲେ ଯେ, ଗଣେଶ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାଇଚାରା, ଏକତା ଓ ସାମାଜିକ ସଦ୍ଭାବର ବାର୍ତ୍ତା ପ୍ରଦାନ କରେ। ସମାଜରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରିବା ଦିଗରେ ସ୍ମାଇଲ ଫାଉଣ୍ଡେସନ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବ ବୋଲି ପ୍ରକାଶ କରାଯାଇଥିଲା।
ଶେଷରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇବା ସହ ପୂଜା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
