*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସର ରେ ପବିତ୍ର ଗଣେଷ ଚତୁର୍ଥୀ ପାଳିତ ହୋଇଯାଇଅଛି*
ନୂଆପଡା(ମିଖାଏଲ ନନ୍ଦ)
ତା: ୧୪.୦୯.
ନୂଆପଡ଼ା ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ଜନ ଗହଳି ସ୍ଥାନମାନଙ୍କ ରେ ପବିତ୍ର ବିଘ୍ନ ନାଶନ ଗଜାନନଙ୍କ ଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଯାଇଅଛି। ସେହିପରି ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସର ମଧ୍ୟରେ ଗଣେଷ ଚତୁର୍ଥୀ ପାଳିତ ହୋଇଯାଇଅଛି। ଏହି ପୂଜା ରେ ସମସ୍ତ ଛାତ୍ରୀ ଯୋଗ ଦେଇଥିବା ବେଳେ କଲେଜ ପରିଚାଳନା ଅଧ୍ୟକ୍ଷ ବିନୋଦ ବିହାରୀ ପାଢ଼ୀ, କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ପରିଚାଳନା ସଦସ୍ୟ ଅଜିତ୍ କୁମାର ପଣ୍ଡା, ସଦସ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତପନ ରଞ୍ଜନ ଦାସ, ପିଏଚ୍ ଡି ସ୍କୋଲାର ଇପସିତା ରୁଚି, ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ମହେଶ୍ୱତା ପଣ୍ଡା, ପଙ୍କଜିନୀ ବିଶୀ, ସସ୍ମିତା ବିଶି,ସ୍ୱରୂପ ରାଣୀ କୁମାର, ଘନଶ୍ୟାମ ସଗରିଆ, ଲକ୍ଷ୍ମୀ ନାରାୟଣ ପଣ୍ଡା, ସଞ୍ଜୟ ଦର୍ଜୀ, ରେବତୀ ନାଏକ, ବିକ୍ରମ ସେଠୀ,ପଲ୍ଲବୀ ମହାନନ୍ଦଙ୍କ ସହ ଛାତ୍ରୀ ଶିଖାରାଣୀ କର୍ତ୍ତା ଦାୟିତ୍ୱ ନିର୍ବାହ କରି ପୂଜା କରିଥିଲେ।
