ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିଜେଡି ର ରଣହୁଙ୍କାର l
ଜଗତସିଂହପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ର ଶିଆଳି ବେଳା ଭୂମିଠାରେ ନିର୍ମିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିବାଦ ଉଗ୍ରରୁପ ଧାରଣ କଲାଣି l କେତେକ ଦୁର୍ବୁତ୍ତ କେଉଁ ଉଦେଶ୍ୟରେ ବିଳମ୍ବିତ ରାତିରେ ଏପରି କାର୍ଯ୍ୟ କଲେ ସେ ନେଇ ବିଜେଡି ର ଏକ ଟିମ ସେଠାରେ ପହଂଚି ଦୋଷୀଙ୍କୁ ଧରିବାକୁ ଉଦ୍ୟମ କରିବାକୁ ନେଇ ରାଜନୈତିକ ଉଷ୍ମତା ଵି ବୃଦ୍ଧି ପାଇଛି | ଏଭଳି ହୀନ କାର୍ଯ୍ୟ କୁ ନେଇ ବିଜୁ ପ୍ରେମୀ ଓ ବହୁ ଦଳୀୟ କର୍ମୀ ଘୋର ନିନ୍ଦା କରିଵା ସହ ଘଟଣା ଆଢୁଆଳେ ହାତ କାହାର ସେ ନେଇ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି l ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ଏକ ଅମାନବୀୟ ଓ ହୀନ ମାନ୍ୟତାର ପରିଚୟ ଦେଇଥାଏl ଏପରିକି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାରେ ସଂପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ ବିହିତ କାର୍ଯ୍ୟନୁଷ୍ଠାନ ଦାବି କରି ପଦ୍ମପୁର ପଞ୍ଚାୟତ ସରପଞ୍ଚ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଏ ଘଟଣା କିଛି ଦିନ ଆଗରୁ ପାରାଦୀପ ମାଟିର ପୁଅ, ବିଜେଡି ଦଳ ତୁଣ୍ଡ କହିଲେ କିଛି ବି ଅତୁକ୍ତି ହେବ ନାହିଁ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି କୁ ବି ଦିନ ଦ୍ବିପ୍ରହର ରେ ବନ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା l ଏହା କଣ ଶାସକ ବିଜେପି ଦଳର ଓଡ଼ିଆ ଅସ୍ମିତା ପ୍ରତି ଅସମାନ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି l ଏହି ବିଜେଡି ନେତାଙ୍କ ଗ୍ରସ୍ତ ଏରସମା ବାଲିକୁଦା ବିଧାୟକ ସାରଦା ପ୍ରସନ୍ନ ଜେନା ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏଥିରେ ପୂର୍ବତନ ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଚିରଞ୍ଜୀଵୀ ବିଶ୍ୱାଳ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ଜ଼ିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ବିଜୁ ଶ୍ରମିକ ନେତା ଅରିନ୍ଦମ ସରକେଲ, ଯୁବନେତ୍ରୀ ମିନତୀ ବେହେରା, ଲୋରା ମହାପାତ୍ର, ନାରାୟଣ ଜେନା, ବାଲିକୁଦା ବ୍ଲକ ଅଧକ୍ଷ୍ୟ ପ୍ରକାଶ ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଯଦି ଦୋଷୀଙ୍କୁ ତୁରନ୍ତ ଗିରଫ କରାନଯାଏ ତେଵେ ଏ ଆନ୍ଦୋଳନ ରାଜ୍ୟବାପି କରାଯିବ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି l
