*- ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ*-
ଉଲ୍ଲାସ: ଶୋଭାଯାତ୍ରା ଓ ଷ୍ପେସାଲ୍ ଡ୍ରାଇଭ୍ କ୍ୟାମ୍ପ ଅନୁଷ୍ଠିତ।
——————————
ଭଞ୍ଜନଗର -୧୨/୦୯ (ପ୍ରଫୁଲ୍ଲ କୁମାର ମହାରଣା ) ଭାରତ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ “ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ”: ଉଲ୍ଲାସ ବା ଏନ୍ ଆଇ ଏଲ୍ ପି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ – ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଜୀବନ କୌଶଳ, ବୃତ୍ତି ମୂଳକ ଶିକ୍ଷା ଓ ନିରନ୍ତର ଶିକ୍ଷା ଯୋଗାଇ ଦେବା। ୧୫ ବର୍ଷ ବୟସରୁ ଉର୍ଦ୍ଧ୍ବ ଭାରତର ସମସ୍ତ ନିରକ୍ଷର ନାଗରିକଙ୍କୁ ମୌଳିକ ଶିକ୍ଷା ଯୋଗାଇ ଦେବା ଏବଂ ନିରକ୍ଷର ବ୍ୟକ୍ତି ମାନଙ୍କୁ ପଢ଼ିବା, ଲେଖିବା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିଖାଇବା, ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକୀୟ ଶିକ୍ଷା କୌଶଳ ପ୍ରଦାନ କରାଇବା, ଆଜୀବନ ଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ସେହି କ୍ରମରେ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତଥା ଶିକ୍ଷା ବିଭାଗ ଅଧିକାରୀ ଙ୍କ ସୂଚନା ଓ ପ୍ରେରଣା ଅନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟର ଠାରେ କ୍ଲଷ୍ଟର ସ୍ତରୀୟ “ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ”: ଉଲ୍ଲାସ / ଏନ୍ ଆଇ ଏଲ୍ ପି ପାଇଁ ଶୋଭାଯାତ୍ରା ଓ ଷ୍ପେସାଲ୍ ଡ୍ରାଇଭ୍ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଏବଂ ଭଞ୍ଜନଗର ସହଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗଜେନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ଯୋଗଦାନ ତଥା ଜବାହର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ପଣ୍ଡାଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବଡ଼କୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବଡ଼କୋଦଣ୍ଡା ଗ୍ରାମରେ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନଜାଗରଣ ଓ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଥିଲେ। ପରେ ବଡ଼କୋଦଣ୍ଡା କ୍ଲଷ୍ଟର କାର୍ଯ୍ୟାଳୟ ଠାରେ ଏକ ଷ୍ପେସାଲ୍ ଡ୍ରାଇଭ୍ କ୍ୟାମ୍ପ ମାଧ୍ୟମରେ ପୁରୁଣା ଲର୍ନର ମାନଙ୍କୁ ଟ୍ୟାଗିଙ୍ଗ୍ କରିବା ସହିତ ନୂଆ ଲର୍ନର ରେଜିଷ୍ଟ୍ରେସନ ଓ ଟ୍ୟାଗିଙ୍ଗ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡ଼କୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶିକ୍ଷକ ମୋହନ ସାହୁ, ବିଶ୍ଵଜିତ ଗୌଡ଼, ସୁନୀଲ କାନ୍ତ ପଟ୍ଟନାୟକ, ଆର ସୁଧାଂଶୁ ଶେଖର ବେହେରା, ସୌମ୍ୟ ରଞ୍ଜନ ବାରିକ, ଦେବାଂଶୁ କହଁର ଏବଂ ଶିକ୍ଷୟିତ୍ରୀ ସସ୍ମିତା କୁମାରୀ ପାତ୍ର, ରାଜଲକ୍ଷ୍ମୀ ସାହୁ, ଅନ୍ୱେଷା ମିଶ୍ର, ଶାନ୍ତିଲତା ରାଉତ, ପୂଷ୍ପାଞଳୀ ଗୌଡ଼ ଓ ପୂଜା ବାରିକ୍ ସକ୍ରିୟ ଯୋଗଦାନ କରି ଲର୍ନର ରେଜିଷ୍ଟ୍ରେସନ ଓ ଟ୍ୟାଗିଙ୍ଗ୍ କାର୍ଯ୍ୟକ୍ରମକୁ ତ୍ବରାନିତ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।
