*୩୫୩ ନଂ ଜାତୀୟ ରାଜପଥରେ କୃତ୍ରିମ ବନ୍ୟା: ଖଡ଼ିଆଳ ବାଦୀ ଛକରେ ସ୍କୁଲ ପିଲାଙ୍କ ଯାତାୟାତ ଠପ୍*।
ନୂଆପଡା(ମିଖାଏଲ ନନ୍ଦ) ତା:୧୧.୦୯.
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାମାନ୍ୟ ବୃଷ୍ଟିପାତ ରେ ବର୍ଷାଜଳ ନିଷ୍କାସନ ନ ହେବା ନେଇ ସମସ୍ୟା ଦେଖାଦେଇଥାଏ। ପ୍ରଶାସନ ପକ୍ଷରୁ ଅସ୍ଥାୟୀ ସମାଧାନ କରି ନିଜ ଦାୟିତ୍ୱ ଶେଷ ବୋଲି ମାନେ କରିଥାନ୍ତି। କିନ୍ତୁ ସେହି ସଡ଼କ ଉପରେ ଯାତାୟାତ ପାଇଁ ନିର୍ଭରଶୀଳ ଛାତ୍ର ଛାତ୍ରୀ ଗ୍ରାମବାସୀ ମାନେ ସମସ୍ୟା ନୀତି ଦିନିଆ ହୋଇଅଛି।ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରୁ ବାଦୀ ଛକ ଠାରେ ବର୍ଷା ଜଳ ନିଷ୍କାସନ ସୁବିଧା ନାହିଁ, ଫଳରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଯାତାୟାତ ନେଇ ବ୍ୟାପକ ସମସ୍ୟା ସମ୍ମୁଖୀନ ହେଉଅଛି। ନୀତି ଦିନ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖଡ଼ିଆଳ ଶିଳ୍ପ ତାଲିମ କେନ୍ଦ୍ର ରୁ ଛାତ୍ର ଛାତ୍ରୀମାନେ ଯିବା ଆସିବା କରିଥାନ୍ତି। ଆଣ୍ଠୁଏ ପାଣି ଥିବା ଯୋଗୁଁ ଯାତାୟାତ ସତରେ କଷ୍ଟ ହୋଇଅଛି। ଏହି ବର୍ଷାଜଳ ନିଷ୍କାସନ ପାଇଁ ଅସ୍ଥାୟୀ ନୁହଁ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ କରିଛନ୍ତି।
