ଧରଣୀଧର ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ.. ତା 08/09/2026 ମଙ୍ଗଳବାର ଦିନ, ସ୍ବଦେଶୀ ଜାଗରଣ ମଞ୍ଚ ଓଡିଶା ଓ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ମିଳିତ ଆନୁକୂଲ୍ୟରେ, ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ 300 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଂକୁ ନେଇ “ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ” କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇ ଯାଇଛି l ଧରଣୀଧର ବିଶ୍ୱ ବିଦ୍ୟାଳୟ ସ୍ନାତକୋତର ପରିଷଦ ଅଧକ୍ଷ ଡ଼କ୍ଟର ପ୍ରଭୁପାଦ ଦାସ ସଭାପତିତ୍ବ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୂତନ ଜ୍ଞାନ, କୌଶଳ ଥାଇ ନୂତନ ଉଦ୍ଭାବନ ଓ ଆବିଷ୍କାରକୁ ପ୍ରକଳ୍ପ ଆକାରରେ ରୂପ ଦେବା ଉଦ୍ୟମୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ l ନୂତନ ପ୍ରକଳ୍ପ ଗୁଡିକ ପ୍ରସ୍ତୁତ ପୂର୍ବକ ଲେଖି ବିଶ୍ୱ ବିଦ୍ୟାଳୟରେ ପୈଠ କରିବାକୁ ଆହ୍ୱାନ ଦେଇଥିଲେ l ସ୍ବଦେଶୀ ଜାଗରଣ ମଞ୍ଚ ଓଡିଶାର ପୂର୍ଵ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ରାଜେଶ କୁମାର ଦାସ ମୁଖ୍ୟ ଵକ୍ତା ଭାବରେ ଯୋଗଦେଇଥିଲେ l ସେ କହିଲେ ସ୍ବଦେଶୀ ଓ ସ୍ୱାବଲମ୍ବୀ – ପରିପୂରକ ଶବ୍ଦ l ବର୍ତମାନ ସାରା ଭାରତରେ ସ୍ବଦେଶୀ ଜାଗରଣ ମଞ୍ଚର ଅଭିଯାନ ଚାଲିଛି l ଭାରତରେ 37କୋଟି ଯୁବକ ଯୁବତୀ ରହିଛନ୍ତି l ସ୍ୱାବଲମ୍ବୀ ଭାରତର ଉଦେଶ୍ୟ ହେଉଛି ଯୁବଗୋଷ୍ଠୀମାନେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା l ଆମ ଭିତରେ ବିଦେଶୀ କମ୍ପାନୀ ଦ୍ୱରା କୁତ୍ରିମ ଇଚ୍ଛାଶକ୍ତି ତିଆରି କରାଯାଇଛି l ଭାରତ 60 % ବିଦେଶୀ ଜିନିଷ ଉପରେ ନିର୍ଭର କରିବାକୁ ପଡୁଛି l ଆମ ଭିତରେ ସ୍ବେଦେଶୀ ପ୍ରେମ ଜାଗ୍ରତ ହେବା ଦରକାର l ଆମକୁ ସ୍ୱାବଲମ୍ବନ ଭାରତ ଓ ବିକଶିତ ଭାରତ ଗଢିବା ପାଇଁ ସ୍ବଦେଶୀ ଜିନିଷ ତିଆରି କରି ବ୍ୟବହାର କାରବାକୁ ଆହ୍ୱାନ ଦେଇ ଥିଲେ l ଗାନ୍ଧୀ ବିଚାର ପରିଷଦ ସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି, ସ୍ବଦେଶୀ ଜାଗରଣ ମଞ୍ଚ ସଂଯୋଜକ ଶ୍ରୀ ମାନସରଞ୍ଜନ ପଣ୍ଡା,ଧରଣୀଧର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଡ଼କ୍ଟର ଶାଶ୍ୱତ ପଣ୍ଡା, ଡ଼କ୍ଟର ଶ୍ରୀଧର ସନ୍ୟାସୀ, ଡ଼କ୍ଟର ସଂଗୀତା ସୁଶ୍ରୀ ନାୟକ ସମ୍ମାନନିୟ ଅତିଥି ଭାବେ ଯୋଗ ଦେଇ, କୁଟୀର ଶିଳ୍ପ, ସ୍ବଦେଶୀ ଜିନିଷର ବ୍ୟବହାର ଏବଂ ସ୍ବଦେଶୀ ବ୍ୟଞ୍ଜନ ଭୋଜନ ପାଇଁ ବୁଝାଇ ଥିଲେ l ସ୍ବଦେଶୀ ଜିନିଷ ବ୍ୟବହାର ପାଇଁ ସାମୁହିକ ନିଷ୍ପତି ନିଆଯାଇଥିଲା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ IQAC ନିର୍ଦେଶକ ଡକ୍ଟର ଶାଶ୍ୱତ ପଣ୍ଡା।
