ମୋରଡ଼ା ବ୍ଲକ ଅନ୍ତର୍ଗତ କୋହି ପଂଚାୟତ ସରପଞ୍ଚ ଶ୍ରୀମତୀ ମାହି ମାଝିଙ୍କ ସ୍ୱାମୀ ରାଣେ ମାର୍ଣ୍ଡି ଦେହାନ୍ତ
______________________
ମୋରଡା -8/9ଇମିସ ଅକାଳରେ ଲିଭିଗଲା ଏକ ଜୀବନର ଦୀପ. ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା.କୋହି ପଞ୍ଚାୟତର ବର୍ତମାନ ର ସରପଞ୍ଚ ମାହି ମାଝୀଙ୍କ ସ୍ୱାମୀ ତଥା ଅଞ୍ଚଳର ଜଣେ ଆଗଧାଡ଼ିର ନେତା ରାଣେ ମାର୍ଣ୍ଡିଙ୍କ ମାତ୍ର ୪୫ ବର୍ଷ ବୟସରେ ଅକାଳ ବିୟୋଗ ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି.ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ କୋହି ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା . ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କ ଆଖିରେ ଲୁହ, ଆଉ ଗାଁ ଦାଣ୍ଡରେ ଶୁଭୁଛି କାନ୍ଦ ବୋବାଳି. ଯେଉଁ ମଣିଷଟି ଗତକାଲି ପର୍ଯ୍ୟନ୍ତ ଲୋକଙ୍କ ସୁଖଦୁଃଖରେ ସାଥୀ ହେଉଥିଲେ, ଆଜି ତାଙ୍କୁ ହରାଇ ଅଞ୍ଚଳବାସୀ ନିଜକୁ ଏକା ଅନୁଭବ କରୁଛନ୍ତି.ତାଙ୍କ ଶେଷ ଦର୍ଶନ ପାଇଁ ମୋରଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ସମେତ ମୋରଡା ବ୍ଲକ ଚେୟାରମ୍ୟାନପୀଥନାଥ ସୋରେନ ଉପସ୍ଥିତ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
