ପାଣିକୋଇଲି ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ରିପୋର୍ଟ _ନିରୋଜ କୁମାର ସେଠୀ
ପାଣିକୋଇଲି: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ପାଣିକୋଇଲି ସ୍ଥିତ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ରାଧା-କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ କୃଷ୍ଣଲୀଳା ପରିବେଷଣ କରିଥିଲେ। ପିଲାମାନଙ୍କ ମନୋମୁଗ୍ଧକର ପରିବେଷଣରେ ବିଦ୍ୟାମନ୍ଦିର ପରିସର ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲ।
ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟକର୍ତ୍ତା ସଭାପତି ଶ୍ରୀଯୁକ୍ତ ଭାରତ ଚନ୍ଦ୍ର ବାରିକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ଶ୍ରୀଯୁକ୍ତ ରାଜକିଶୋର ମଲ୍ଲିକ, ସମ୍ପାଦକ ଶ୍ରୀଯୁକ୍ତ ପଦ୍ମଲୋଚନ ମଲ୍ଲିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ସାମଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ପରିଡ଼ା, ସଦସ୍ୟା ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀ ଓ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଉପସ୍ଥିତ ରହିଥିଲେ।
ଏଥିସହ ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ ପଣ୍ଡାଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
