ଜନ୍ମନେଲା ‘ଯୁବ ସେବା ବାହିନୀ
ବନ୍ତ, ୩୦/୮:(ନିପ୍ର)
ଭଦ୍ରକ ଜିଲ୍ଲାରେ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ଜନ୍ମ ନେଲା ‘ଯୁବ ସେବା ବାହିନୀ ଭଦ୍ରକ’। ଏହି ଅବସରରେ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଅଧୀନ ସରମରାସ୍ଥିତ ଆଦିବାସୀ ବସ୍ତିରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।କାର୍ଯ୍ୟକ୍ରମରେ ଉପସ୍ଥିତ ସଂଗଠନର ବରିଷ୍ଠ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ। ଭବିଷ୍ୟତରେ ପିଲାମାନେ ଭଲ ମଣିଷ ହେବା ସହ ଉତ୍ତମ ଶିକ୍ଷା ଓ ସୁସ୍ଥ ଜୀବନ ଲାଭ କରି କିଭଳି ନିଜ ଜୀବନରେ ଆଗକୁ ବଢ଼ିପାରିବେ, ସେନେଇ ସଦସ୍ୟମାନେ ଆଲୋଚନା କରିଥିଲେ।
ସଂଗଠନର ସଭାପତି ସରୋଜ କୁମାର ଜେନା ଓ ଉପସଭାପତି ରଞ୍ଜିତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ବରିଷ୍ଠ ସଦସ୍ୟ ସନ୍ଦୀପ କୁମାର ଜେନା, ଚିନ୍ମୟ କୁମାର ଦାସ, ପଦ୍ମଲୋଚନ ବେହେରା, ସୁଜିତ ମାଝୀ, ସତ୍ୟବ୍ରତ ବିଶ୍ୱାଳ, ଭୋଳାନାଥ ବାରିକ, ମୃତ୍ୟୁଞ୍ଜୟ ଜେନା, ସୌମ୍ୟରଞ୍ଜନ ଜେନା, ସତ୍ୟବ୍ରତ ରାଉତ ଓ ବ୍ରଜମୋହନ ରାଉତଙ୍କ ସମେତ ସଂଗଠନର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପରିଶେଷରେ ସଂଗଠନ ପକ୍ଷରୁ ଆଦିବାସୀ ବସ୍ତିର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ‘ଯୁବ ସେବା ବାହିନୀ ଭଦ୍ରକ’ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେବା ଓ ସଚେତନତାମୂଳକ କାର୍ଯ୍ୟ ଜାରି ରହିବ ବୋଲି ସଂଗଠନର ସଦସ୍ୟମାନେ ପ୍ରକାଶ କରିଛନ୍ତି।
