ଦଣ୍ଡପଦର ଠାରେ ବାଇକ୍–ବସ୍ ମୁହାଁମୁହିଁ ଧକ୍କା ୨ ଗୁରୁତର ଆହତ, ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର।
ବାଲିଗୁଡ଼ା: (ନି, ପ୍ର )-୨ /୯/ ୨୬:
ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ବାଇକ୍ ଓ ଅନିଲ ଏଣ୍ଡ ଅନିଲ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁସାରେ, ଡାମେରୀକିଆ ଅଞ୍ଚଳର ବାଇକ୍ ଆରୋହୀ ଓ ଜଣେ ସହଯାତ୍ରୀ ବାଇକ୍ରେ ଯାଉଥିବା ବେଳେ ଉଦୟଗିରିରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଅନିଲ ଏଣ୍ଡ ଅନିଲ ବସ୍ ସହ ଦଣ୍ଡପଦର ଠାରେ ଧକ୍କା ହୋଇଥିଲା।ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ସମେତ ବାଇକ୍ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁତୟନ ରହିଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
