ମା’ ଅନ୍ଧାରୀ ସ୍ପୋଟିଙ୍ଗ୍ କ୍ଲବର ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ:କୁଲଡିହା ଟିମ୍ ଚାମ୍ପିୟାନ
___________________
ସାରସକଣା,(୧/୯/୨୬):(ନି.ପ୍ର):
ସାରସକଣା ବ୍ଲକ ରାଜାଲୋକ। ପଞ୍ଚାୟତର ସରଗଡ଼ା ଠାରେ ଥିବା ମା’ ଅନ୍ଧାରୀ ସ୍ପୋଟିଙ୍ଗ୍(ଜୁନିୟର) କ୍ଲବର ଦ୍ଵିତୀୟ ବାର୍ଷିକ ଗ୍ରାମ।ଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ସରଗଡ଼ା ଆମ୍ବତୋଟା ଫୁଟବଲ ପଡ଼ିଆରେ ଗତକାଲି ଉଦ୍ଯାପିତ ହୋଇଯାଇଛି । ଗତ ୨୮ ତାରିଖ ଶୁକ୍ରବାର ଉଦ୍ଘାଟନୀ ଉତ୍ସବକୁ କ୍ଲବର ସଭାପତି ରାମଚନ୍ଦ୍ର ସିଂ ପତକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଗ୍ରାମାଞ୍ଚଳରୁ ମୋଟ ୨୪ ଗୋଟି ଫୁଟବଲ ଟିମ୍ ଅଂଶଗ୍ରହଣ କରି ଚିତ୍ତାକର୍ଷକ ଖେଳ ପ୍ରର୍ଦଶନ କରିଥିଲେ । ପ୍ରଥମ ସେମି ଫାଇନାଲ ଖେଳରେ ପୋଖରଡିହା(କରକଚିଆ) ର ଜୟ ଜଗନ୍ନାଥ ଫୁଟବଲ ଟିମ୍ କୁଲଡିହା ଲିଟିଲ୍ ଷ୍ଟାର ଟିମ୍ କୁ ଭେଟିଥିଲେ । ଏଥିରେ ଲିଟିଲ୍ ଷ୍ଟାରକୁ ହରାଇ ଜୟ ଜଗନ୍ନାଥ ଫାଇନାଲକୁ ଯାଇଥିଲେ ।ସେହିପରି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୨୪ ଗୋଟି ଟିମ୍ ରୁ ୨ୟ ସେମି ଫାଇନାଲରେ ଲଟେରୀ ମାଧ୍ୟମରେ କୁଲଡିହା ଟିମ୍ ଫାଇନାଲକୁ ଯାଇଥିଲେ । ଶେଷରେ ଫାଇନାଲ ମ୍ୟାଚରେ କୁଲଡିହା ଟିମ୍ ଓ ଜୟ ଜଗନ୍ନାଥ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଅମିମାଂସିତ ରହିବାରୁ ପେନାଲଟି ସଟ୍ ର ବ୍ୟବସ୍ଥା କରାଯାଇଥିଲା । ଏଥିରେ କୁଲଡିହା ଟିମ୍ ୫-୪ ସ୍କୋରରେ ବିଜୟ ହୋଇ ଚାମ୍ପିୟାନ ହୋଇଥିବା ବେଳେ ଜୟ ଜଗନ୍ନାଥ ରନର୍ସ କପ ହାସଲ କରିଥିଲା । ଖେଳର ଧାରା ବିବରଣୀ ସୁଦର୍ଶନ ସିଂ ପ୍ରସାର କରିଥିବା ବେଳେ ରେଫାରୀ ଭାବେ କାଳିଚରଣ ହାଁସଦା 6ଖଳ ପରିଚାଳନା କରିଥିଲେ । ସହଯୋଗୀ ଭାବେ ରେଫାରୀ ବାଲ୍ମୀକି ସୋରେନ ଓ ସାଲଖାନ ହାଁସଦା ସହଯୋଗ କରିଥିଲେ । ଶେଷରେ କ୍ଲବର ସମ୍ପାଦକ ତ୍ରିଲୋଚନ ମହାନ୍ତଙ୍କ ଆୟୋଜନରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜାଲୋକା ସରପଞ୍ଚ ରବିକାନ୍ତ ସିଂ , ସମ୍ମାନିତ ଅତିଥିଭାବେ ସମାଜସେବୀ କୁନୁରାମ ସିଂ ଓ ଗଣମାଧ୍ୟମ ପ୍ରତିନିଧି ଚିନ୍ମୟ ସାହୁ ଯୋଗଦେଇଥିଲେ । ଅତିଥିଗଣ ଚାମ୍ପିୟାନ ଟିମ୍ କୁଲଡିହାକୁ ୧୫,୦୦୧ ଟଙ୍କା ଓ ରନର୍ସଅଫ ଜୟ ଜଗନ୍ନାଥ ଟିମକୁ ୧୦,oo ୧ ଟଙ୍କା ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
